fbpx
BSKY
BJD MC SKY
BJD YOUTH SKY

‘ଦ କାଶ୍ମୀର ଫାଇଲ୍ସ’ର ସ୍କ୍ରିନିଂରେ ଭୋ ଭୋ ହୋଇ କାନ୍ଦିଲେ ଦର୍ଶକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅନୁପମ୍ ଖେର୍ ଓ ବିବେକ ଅଗ୍ନିହୋତ୍ରୀ ସର୍ବଦା ନିଜର ତିଖ୍ନ ଅଭିନୟ ଜରିଆର ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି । ଅନେକ ସମୟରେ ସେମାନେ ଚର୍ଚ୍ଚାରେ ରହିଥାନ୍ତି । ଅନୁପମ୍ ପୂର୍ବରୁ ବି ଅନେକ ଥର କାଣ୍ମୀରୀ ପଣ୍ଡିତଙ୍କ ବିସ୍ଥାପନ ଉପରେ ନିଜର ମତାମତ ରଖିଛନ୍ତି । ହେଲେ ଏବେ ସେ ନିଜର କଥାକୁ ଅଭିନୟ ଜରିଆରେ “ଦ କାଶ୍ମୀରୀ ଫାଇଲ୍ସ’ ଦ୍ୱାରା ଦର୍ଶକଙ୍କୁ ସାମନାକୁ ଆଣିଛନ୍ତି । ଫିଲ୍ମଟି ଏତେ ମାତ୍ରାରେ ମାର୍ମିକ ହୋଇଛି ଯେ, ସ୍କ୍ରିନିଂ ବେଳେ ବସିଥିବା ପ୍ରତିଟି ବ୍ୟକ୍ତି ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ।

ନିକଟରେ “ଦ କାଶ୍ମୀରୀ ଫାଇଲ୍ସ’ର ସ୍ପେଶାଲ୍ ସ୍କ୍ରିନିଂ ଜମ୍ମୁରେ ରଖାଯାଇଥିଲା । ଯେତେବେଳେ ଫିଲ୍ମଟି ସରିଥବଲା । ସେ ସମୟରେ ସିନେମା ହଲ୍ ର ମାହୋଲ୍ ଶୋକଭରା ହୋଇଯାଇଥିଲା । ଲୋକମାନେ ହଲ୍ ରେ ନିଜ ନିଜ ସିଟ୍ ରୁ ଉଠିବା ବେଳେ କାନ୍ଦି କାନ୍ଦି ଉଠୁଥିବା ଦେଖିବାକୁ ମିଳିଥିଲା । ଏହାର ଏକ ଭିଡିଓ ଖୋଦ୍ ଡାଇରେକ୍ଟର୍ ବିବେକ ଅଗ୍ନିହୋତ୍ରୀ ଟୁଇଟର୍ ରେ ସେୟାର୍ କରିଛନ୍ତି ।

ସୂଚନାଯୋଗ୍ୟ, “ଦ କାଶ୍ମୀରୀ ଫାଇଲ୍ସ”କୁ ନେଇ ମେକର୍ସ ମାନେ ଦାବି କରି କହିଛନ୍ତି ଯେ, ଏହି ଫିଲ୍ମ କାଶ୍ମୀର ବିସ୍ଥାପନର ସତ କାହାଣୀକୁ ଲୋକଙ୍କ ସାମନାରେ ଆଣିବ । ଏଥିରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ ଙ୍କ ବ୍ୟତୀତ ପଲ୍ଲବୀ ଜୋଶୀ ଓ ଦର୍ଶନ କୁମାର ମଧ୍ୟ ଅଛନ୍ତି ।

Get real time updates directly on you device, subscribe now.