fbpx
BJD SKY
BJD SKY

‘The Kerala Story’ ଫିଲ୍ମ ବ୍ୟାନ: ଶାନ୍ତି ବଜାୟ ରଖିବା ପାଇଁ ବଡ଼ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ‘ଦି କେରଳ ଷ୍ଟୋରି’ ଫିଲ୍ମକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହୋଇଛି । କେରଳର ୩୨ ହଜାର ମହିଳା ଆଇଏସଆଇଏସରେ ଭର୍ତ୍ତି ହୋଇଥିବାର କାହାଣୀକୁ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଥିଲା । ଫଳରେ ଏହାକୁ ନେଇ ସାରା ଦେଶରେ ବିବାଦ ଆରମ୍ଭ ହେବା ସହ ଫିଲ୍ମ ରିଲିଜ୍ ଉପରେ ରୋକ ଲଗାଇବା ପାଇଁ କେରଳ ହାଇକୋର୍ଟରେ ଯାଚିକା ଦାୟର ହୋଇଥିଲା । ମାତ୍ର ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେବା ସହ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ବିବାଦୀୟ ଲାଇନକୁ ହଟାଇଦେବାକୁ କହିଥିଲେ ।

ଏହା ମଧ୍ୟରେ ଗତ ୫ ତାରିଖରେ ଫିଲ୍ମ ରିଲିଜ୍ ହେବା ପରେ ମଧ୍ୟ ବିବାଦ ଥମିନଥିଲା । ତେବେ ଏହି ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ଥିଏଟରରୁ ଫିଲ୍ମକୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫିଲ୍ମ ରିଲିଜ ହେଲେ ହିଂସା ଓ କ୍ରାଇମ ବଢ଼ିବାର ସମ୍ଭାବନା ରହିଥିବାରୁ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ତେବେ ଫିଲ୍ମକୁ ବ୍ୟାନ କରିବା ପରେ ମମତା ବିଜେପି ସରକାର ଉପରେ ବର୍ଷିଛନ୍ତି । ମନଗଢ଼ା ଓ ଭୁଲ କାହାଣୀକୁ ନେଇ ବଙ୍ଗଳା ଫାଇଲ୍ସ ନିର୍ମାଣ କରିବା ପାଇଁ ବିଜେପି ଫିଲ୍ମନିର୍ମାତାଙ୍କୁ ଅର୍ଥ ପ୍ରଦାନ କରୁଛି । ‘ଦି କେରଳ ଷ୍ଟୋରୀ’ ଫିଲ୍ମରେ ମଧ୍ୟ ମନଗଢ଼ା କାହାଣୀ ରହିଛି । ନିକଟରେ କିଛି ଅଭିନେତା ରାଜ୍ୟ ପରିଦର୍ଶନରେ ଆସିବା ସହ ବଙ୍ଗଳା ଫାଇଲ୍ସ ନିର୍ମାଣ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏମାନେ କେରଳର ଲୋକଙ୍କର ସହିତ ମନମାନୀ କରୁଛନ୍ତି । ଏହା ବଙ୍ଗଳାର ମାନ ସମ୍ମାନକୁ ମଧ୍ୟ ହାନୀ ପହଞ୍ଚାଉଛି । ଏହିସବୁ ସାମ୍ପ୍ରଦାୟିକ ସମସ୍ୟା ବିଜେପି ସୃଷ୍ଟି କରୁଛି । ଏପରି କାର୍ଯ୍ୟ କରିବା କୌଣସି ରାଜନୈତିକ ଦଳର କାମ କି ବୋଲି ମମତା ପ୍ରଶ୍ନ କହିଛନ୍ତି ।

Get real time updates directly on you device, subscribe now.