fbpx
BJD SKY
BJD SKY

ଚମକିଲା ସେୟାର ବଜାର: ସେନସେକ୍ସ ୭୦୦ ପଏଣ୍ଟ ଏବଂ ନିଫ୍ଟି ୨୦୦ ପଏଣ୍ଟ ବୃଦ୍ଧି ସହିତ ବଜାର ବନ୍ଦ

BJD

ନୂଆଦିଲ୍ଲୀ: ସୋମବାର ଘରୋଇ ସେୟାର ବଜାର ସୂଚକାଙ୍କରେ ଭଲ ବୃଦ୍ଧି ଦେଖିବାକୁ ମିଳିଥିଲା । ସେନସକ୍ସେ ୭୦୦ ଅଙ୍କ ବା ୧.୧୬ ପ୍ରତିଶତ ବୃଦ୍ଧି ବେଳେ ନିଫ୍ଟି ୨୦୦ ଅଙ୍କ ବା ୧.୦୮ ପ୍ରତିଶତ ବୃଦ୍ଧି ସହିତ ୧୮୨୬୪.୪ ଅଙ୍କରେ ପହଞ୍ଚିଥିଲା । ସେୟାର ବଜାରରେ ଆଜି ବିଭିନ୍ନ ବ୍ୟାଙ୍କର ସେୟାର ଅହେତୁକ ବୃଦ୍ଧି ପାଇଥିଲା । ଆଜି ବ୍ୟାଙ୍କ ନିଫ୍ଟି ୬୨,୨ ପଏଣ୍ଟ ଅର୍ଥାତ୍ ୧.୪୬ ପ୍ରତିଶତ ବୃଦ୍ଧି ସହିତ ୪୩,୨୮୪ ସ୍ତରରେ ବନ୍ଦ ହୋଇଯାଇଛି । ନିଫ୍ଟି ମିଡକାପ୍ ଇଣ୍ଡେକ୍ସ ମଧ୍ୟ ୩୨୭ ପଏଣ୍ଟ ଉପରକୁ ଯାଇ ୧.୦୨ ପ୍ରତିଶତରେ ବନ୍ଦ ହୋଇଛି ।

ସେନ୍‌ସେକ୍ସ ରେ ୩୦ରୁ ୨୭ ସେୟାରର ମୂଲ୍ୟ ବୃଦ୍ଧି ସହିତ ବଜାର ବନ୍ଦ ହୋଇଥିଲା । ସବୁଠୁ ଅଧିକ ଇଣ୍ଡସିଣ୍ଡ ବ୍ୟାଙ୍କର ସେୟାର ୪.୯୨ ପ୍ରତିଶତ ଏବଂ ଟାଟା ମୋଟର୍ସ ୪.୨୧ ପ୍ରତିଶତ ଏବଂ ବାଜାଜ ଫିନକର୍ପ ୩.୩୨ ପ୍ରତିଶତ ବୃଦ୍ଧି ସହିତ ବନ୍ଦ ହୋଇଥିଲା ।

ସେହିଭଳି ଅଟୋ କ୍ଷେତ୍ରରେ ମଧ୍ୟ ୧.୮ ପ୍ରତିଶତ ବୃଦ୍ଧି ହୋଇଥିଲା ଏବଂ ନିଫି୍‌ଟି ରିୟଲିଟି କ୍ଷେତ୍ରରେ ମଧ୍ୟ ୧.୬୪ ପ୍ରତିଶତ ବୃଦ୍ଧି ହୋଇଥିଲା । ସେହିପରି ଫାଇନାସିଆଲ ସେୟାର ୧.୫୦ ପ୍ରତିଶତ ବୃଦ୍ଧି ପାଇଥିଲା ।

ଇଣ୍ଡସଇଣ୍ଡ ବ୍ୟାଙ୍କ, ଟାଟା ମୋଟର୍ସ, ବଜାଜ ଫାଇନାନ୍ସ, ବଜାଜ ଫିନ୍ସର୍ଭ, ଓଏନଜିସି, ହିଲକୋ, ଏଚଡିଏଫସି ଲାଇଫ, ଏଚସିଏଲ ଟେକ୍, ଏମ ଆଣ୍ଡ ଏମ, ବଜାଜ ଅଟୋ ଆଦି ପାଇଥିଲା। ହ୍ରାସ ପାଇଥିବା ଷ୍ଟକ୍ ମଧ୍ୟରେ କୋଇଲା ଇଣ୍ଡିଆ, ଆଦାନୀ ଏଣ୍ଟରପ୍ରାଇଜେସ୍, ସନ୍ ଫାର୍ମା, ଡ. ରେଡ୍ଡୀ, ବ୍ରିଟାନିଆ ଏବଂ ଏଲ୍ ଆଣ୍ଡ ଟି ମୁଖ୍ୟତ ରହିଛନ୍ତି।

Get real time updates directly on you device, subscribe now.