fbpx
BJD
BJD SKY
BJD SKY

ନିଜ ନେମପ୍ଲେଟ୍ ପରେ ମୁଖ୍ୟମନ୍ତ୍ରୀ ବଦଳାଇଲେ ଏହି ଜିଲ୍ଲାର ନାମ, ଆଗାମୀ ନିର୍ବାଚନକୁ ଲକ୍ଷ୍ୟରେ ରଖି ଏଭଳି ପଦକ୍ଷେପ

BJD

ନୂଆଦିଲ୍ଲୀ:ମହାରାଷ୍ଟ୍ରରୁ ବୁଧବାର ଏକ ବଡ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସରକାର ରାଜ୍ୟର ଏକ ଜିଲ୍ଲାର ନାମ ବଦଳାଇ ଦେଇଛନ୍ତି । ଅହମଦନଗରର ନାମ ବଦଳି ଅହିଲ୍ୟାଦେବୀ ନଗର ହୋଇଛି । ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏହାକୁ ମଞ୍ଜୁରୀ ମିଳିଯାଇଛି । ଏହାପୂର୍ବରୁ ଔରଙ୍ଗାବାଦର ନାମ ସମ୍ଭାଜୀ ନଗର ଓ ଉସମାନାବାଦର ନାମ ଧାରାଶିବ ରଖାଯାଇଛି । ଆଗାମୀ ଲୋକସଭା ନିର୍ବାଚନକୁ ଲକ୍ଷ୍ୟ କରି ମହାରାଷ୍ଟ୍ର ସରକାରଙ୍କ ଏହି ପଦକ୍ଷେପ ହିନ୍ଦୁ ଭୋଟ ବ୍ୟାଙ୍କ ହାସଲ ଦିଗରେ ବହୁତ ବଡ ପଦକ୍ଷେପ ବୋଲି କୁହାଯାଉଛି ।
ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ରାଜ୍ୟରେ ବହୁ ବଡ ପରିବର୍ତ୍ତନ କରିଛନ୍ତି । ସେ ନିଜ ନେମପ୍ଲେଟ୍‌ରେ ବି ପରିବର୍ତ୍ତନ କରିଛନ୍ତି । ସେ ନିଜ ନେମପ୍ଲେଟ୍‌ରେ ନିଜ ପିତାଙ୍କ ସହ ମା’ଙ୍କ ନାମ ବି ଯୋଡିଛନ୍ତି । ତାଙ୍କ ନେମପ୍ଲେଟ୍ ଅନୁଯାୟୀ ତାଙ୍କ ନାମ ଏବେ ଏକନାଥ ଗଙ୍ଗୁବାଇ ଶମ୍ଭାଜୀ ସିନ୍ଧେ ହୋଇଛି । ଏହାସହିତ ତାଙ୍କ ମନ୍ତ୍ରୀମଣ୍ଡଳରେ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ନିଜ ନେମପ୍ଲେଟ୍ ବଦଳାଇବାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।

Get real time updates directly on you device, subscribe now.