fbpx
BJD SKY
BJD SKY

ସଲମାନଙ୍କ ଘର ଉପରେ ଆକ୍ରମଣ ଘଟଣାରେ ଏହି ବ୍ୟକ୍ତି ନିଜକୁ କଲେ ଦାୟୀ, ସୋସିଆଲ ମିଡିଆରେ ପୋଷ୍ଟ କରି କଲେ ଏପରି ଦାବୀ

BJD

ମୁମ୍ବାଇ:ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ଘର ବାହାରେ ରବିବାର ସକାଳ ୪ଟା ୫୫ମିନିଟ୍‌ରେ କେହି ଫାୟାରିଂ କରିଥିଲା । ଭାଇଜାନ୍‌ଙ୍କ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ସାମ୍ନାରେ ୨ ବାଇକ୍ ଆରୋହୀ ୬ ରାଉଣ୍ଡ ଫାୟାରିଂ କରିଥିଲେ । ଏହି ଅଜଣା ବ୍ୟକ୍ତି ଶୂନ୍ୟରେ ଫାୟାରିଂ କରିଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ । ଏବେ ଏହି ଘଟଣାରେ ନିଜକୁ ଦାୟୀ କରିଛି ଲରେନ୍ସ ବିଶ୍ନୋଇଙ୍କ ଭାଇ ଅନମୋଲ ବିଶ୍ନୋଇ । ଏ ସଂପର୍କିତ ଏକ ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଭାଇରାଲ୍ ପୋଷ୍ଟରେ ଲେଖାଯାଇଛି କି, ‘ଆମେ ଶାନ୍ତି ଚାହୁଁଛୁ । ଜୁଲମ୍ ବିରୁଦ୍ଧରେ ଫଇସଲା ଯଦି ଯୁଦ୍ଧ ଦ୍ୱାରା ହୋଇପାରିବ ତେବେ ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ । ସଲମାନ ଆମେ ତୁମକୁ ଏବେ କେବଳ ଟ୍ରେଲର ଦେଖାଇଲୁ । ଏବେ ତୁମେ ଜାଣିନିଅ ଆମର ଶକ୍ତି କେତେ । ଏହା ସହିତ ପୋଷ୍ଟରେ ଆଗକୁ ଲେଖାଯାଇଛି କି ଏହା ପ୍ରଥମ ଓ ଶେଷ ୱାର୍ଣ୍ଣିଂ । ଏହାପରେ ଗୁଳି ଖାଲି ଘର ଉପରେ ଚାଲିବ ନାହିଁ । ତୁମେ ଯେଉଁ ଦାଉଦ୍ ଓ ଛୋଟା ସକିଲକୁ ଭଗବାନ ବୋଲି ମାନୁଛ ତାକୁ ବି ଛଡାଯିବନି.. । ଅଧିକ ବକ୍ ବକ୍ ହେବାର ଆମର ଅଭ୍ୟାସ ନାହିଁ । ତେଣୁ ଆମକୁ ପରଖିବାକୁ ଚେଷ୍ଟା କର ନାହିଁ ।’

ଏହି ଆକ୍ରମଣର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିସାରିଛି ଓ ଭିଡିଓରେ ବାଇକ୍‌ରେ ବସିଥିବା ୨ ଆକ୍ରମଣକାରୀ ନଜର ଆସୁଛନ୍ତି । ଅନ୍ୟପକ୍ଷରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଦାବୀ କରାଯାଇଛି କି ଏକ ଗୁଳି ସଲମାନଙ୍କ ଘର ଭିତରୁ ମିଳିଛି ।

Get real time updates directly on you device, subscribe now.