fbpx

(Video) ତୁମେ ସବୁ ବସ, ଆଜି ମୁଁ ଗାଡ଼ି ଚଳେଇବି…. ମୁମ୍ବାଇ ବସ୍ ଡ୍ରାଇଭର ସିଟରେ ରୋହିତ ଶର୍ମା

ମୁମ୍ବାଇ: ଆଇପିଏଲ-୨୦୨୪ରେ ନିଜ ବିଜୟ ଟ୍ରାକକୁ ଫେରିଛି ମୁମ୍ବାଇ ଇଣ୍ଡିଆନ୍ସ । ଟୁର୍ଣ୍ଣାମେଣ୍ଟରେ ଲଗାତାର ୩ଟି ପରାଜୟର ସାମନା କରିବା ପରେ ୨ଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ହାର୍ଦ୍ଦିକ ସେନା । ତେବେ ଆଜି ଗତବର୍ଷର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ମୁମ୍ବାଇ । ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଆଇପିଏଲର ଦୁଇ ଚିର ପ୍ରତିଦ୍ୱନ୍ଦୀ । କିନ୍ତୁ ଏହାପୂର୍ବରୁ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କର ଏକ ନୂଆ ରୂପ ନଜରକୁ ଆସିଛି । ମୁମ୍ବାଇ ଇଣ୍ଡିଆନ୍ସ ଟିମର ବସ ଡ୍ରାଇଭର ସିଟରେ ରୋହିତଙ୍କ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଚଳିତବର୍ଷ ରୋହିତ ମୁମ୍ବାଇ ତରଫରୁ କେବଳ ଜଣେ ଖେଳାଳି ଭାବରେ ମଇଦାନକୁ ଓହ୍ଲାଇଛନ୍ତି । ଦଳ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦରେ ନିୟୋଜିତ କରିଛି । ତେବେ ଏହି ଦାୟିତ୍ୱକୁ ମଧ୍ୟ ରୋହିତ ଖୁବ ଉପଭୋଗ କରୁଛନ୍ତି । ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ ପୂର୍ବରୁ ରୋହିତଙ୍କୁ ମସ୍ତି ମୁଡରେ ଥିବାର ଦେଖାଯାଇଛି । ବେଙ୍ଗଲୁରୁ ବିପକ୍ଷ ମ୍ୟାଚରେ ତାଙ୍କୁ ଦିନେଶ କାର୍ତ୍ତିକଙ୍କ ସହ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ରୋହିତଙ୍କୁ ‘ମୁମ୍ବାଇ ଇଣ୍ଡିଆନ୍ସ’ ଟିମ୍ ବସ୍ ଚଳାଉଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚେନ୍ନାଇ ବିପକ୍ଷରେ ମ୍ୟାଚ କେଳିବା ପାଇଁ ଷ୍ଟାଡୟମରେ ପହଞ୍ଚିଛି ମୁମ୍ବାଇ ପଲଟନ୍ । ତେବେ ବସରେ ଯିବା ସମୟରେ ଡ୍ରାଇଭର ସିଟ୍ ଫାଙ୍କା ଦେଖି ରୋହିତ ସେଠାରେ ବସି ଯାଇଥିଲେ । ବସ୍ ସାମନାରେ ମୁମ୍ବାଇ ଫ୍ୟାନଙ୍କ ପ୍ରବଳ ଭିଡ଼ ଥିବା ବେଳେ ରୋହିତ ଏହାକୁ ହଟିବା ପାଇଁ ଇସାରା କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ବସ୍ ଡ୍ରାଇଭର ସିଟରେ ରୋହିତଙ୍କୁ ଦେଖି ସେଠାରେ ଥିବା ଫ୍ୟାନ୍ସ ତାଙ୍କ ଫଟୋ ଏବଂ ଭିଡିଓ ରେକର୍ଡ କରିଛନ୍ତି । ଏହାପରେ ରୋହିତ ଶର୍ମା ମଧ୍ୟ ନିଜ ମୋବାଇଲରେ ଫଟୋ ଏବଂ ଭିଡିଓ କରୁଥିବାର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.