fbpx

ଧନ ସମ୍ପତ୍ତି ସାଙ୍ଗକୁ ସୁଖ ଓ ସମୃଦ୍ଧି ଚାହୁଁଛନ୍ତି କି? ରବିବାର ଦିନ କରନ୍ତୁ ଏହି ସବୁ କାମ, ପୂରଣ ହେବ ମନୋସ୍କାମନା

ଓଡ଼ିଶା ଭାସ୍କର: ରବିବାର ସୂର୍ଯ୍ୟଦେବଙ୍କ ପୂଜା ପାଇଁ ଉତ୍ସର୍ଗ କରାଯାଇଛି । ଏହି ଦିନ ହିନ୍ଦୁ ଧର୍ମରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ। ତେବେ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ଧନ ସମ୍ପତ୍ତି ଓ ସୁଖ, ସମୃଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ଆସନ୍ତୁ ଜାଣିବା ରବିବାର ଦିନ କେମିତି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶ୍ରିବାଦ ପ୍ରାପ୍ତ କରିପାରିବେ।

ରବିବାର ଦିନ କରନ୍ତୁ ଏହି ଉପାୟ…

ସୂର୍ଯ୍ୟ ଦେବଙ୍କ କୃପା ପାଇବାକୁ ରବିବାର ଦିନ ସକାଳୁ ଉଠି ଗାଧୋଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ ଅର୍ପଣ କର । ଏହି ସମୟରେ ମନେରଖନ୍ତୁ ଯେ କେବଳ ତମ୍ବା ଢ଼ାଳ ବ୍ୟବହାର କରାଯିବା ଉଚିତ୍ । ସେହି ଢ଼ାଳରେ ରୋଲି, ଫୁଲ, ମିଶ୍ରିି ଏବଂ ଅକ୍ଷତ ମଧ୍ୟ ରହିବା ଉଚିତ୍ ।

ମୁଣ୍ଡ ପାଖରେ କ୍ଷୀର ରଖି ଶୁଅନ୍ତୁ:-

ଧାର୍ମିକ ବିଦ୍ୱାନମାନଙ୍କ ଅନୁଯାୟୀ, ଜୀବନରେ ଧନ ଏବଂ ସମୃଦ୍ଧତା ହାସଲ କରିବାକୁ ହେଲେ ଜଣେ ବ୍ୟକ୍ତି ରବିବାର ରାତିରେ ଶୋଇଥିବା ସମୟରେ ତାଙ୍କ ମୁଣ୍ଡ ପାଖରେ ଏକ ଗ୍ଲାସ କ୍ଷୀର ରଖିବା ଉଚିତ୍ । ପରଦିନ ସକାଳେ ଉଠିବା ପରେ ସେହି କ୍ଷୀରକୁ କଣ୍ଟା ଜାତୀୟ ଗଛର ମୂଳରେ ଢ଼ାଳିବା ଉଚିତ୍ ।

ବରଗଛରେ ମନୋକାମନା ପୂରଣ ହେବ:-

ମନୋକାମନା ପୂରଣ ପାଇଁ ରବିବାର ଦିନ ଏକ ବରଗଛ ମୂଳକୁ ଯାଆନ୍ତୁ । ଏହା ପରେ ସେହି ଗଛର ଭାଙ୍ଗିଯାଇଥିବା ପତ୍ର ଉପରେ ନିଜର ଇଚ୍ଛା ଲେଖନ୍ତୁ ଏବଂ ଏହାକୁ ପାଣିରେ ପ୍ରବାହିତ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ମନୋକାମନା ପୂରଣ ହେବ।

ଓସ୍ତ ଗଛ ତଳେ ଏକ ଦୀପ ଜାଳନ୍ତୁ :-
ଜୀବନରେ ସୁଖ, ସମୃଦ୍ଧି ଏବଂ ଖ୍ୟାତି ପାଇବା ପାଇଁ ରବିବାର ଦିନ ଓସ୍ତ ଗଛ ତଳେ ଚାରି ମୁଖ ଥିବା ଅଟା ଦୀପ ଜାଳନ୍ତୁ । ସେହି ଦୀପରେ ସୋରିଷ ତେଲ ବ୍ୟବହାର କରାଯିବା ଉଚିତ୍ । ଏହି କାରଣରୁ ଶୋଇ ପଡ଼ିଥିବା ଭାଗ୍ୟ ମଧ୍ୟ ଜାଗ୍ରତ ହୋଇପଡେ ।

ରବିବାର ଦିନ କିଣନ୍ତୁ ୩ ଟି ଝାଡ଼ୁ :-

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରବିବାର ଦିନ ଝାଡ଼ୁ କିଣଇବା ବହୁତ ଶୁଭ ହୋଇଥାଏ । ଏହି ଦିନ ୩ଟି ଝାଡୁ କିଣି ଘରକୁ ଆଣନ୍ତୁ ଓ ପରଦିନ ତାହାକୁ କୌଣସି ନିକଟସ୍ଥ ମନ୍ଦିୀରରେ ଦାନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ।

Get real time updates directly on you device, subscribe now.