fbpx

ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି ସମାଜବାଦୀ ପାର୍ଟି (ଏସ ପି) । ଏଥିରେ ୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏସପି ତାଲିକାରେ ଅମରନାଥ ମୌର୍ଯ୍ୟଙ୍କୁ ଫୁଲପୁରରୁ ପ୍ରାର୍ଥୀ କରାଯାଇଥିବା ବେଳେ ବାବୁ ସିଂ କୁଶୱାହାଙ୍କୁ ଜୌନପୁର ଆସନରୁ ପ୍ରାର୍ଥୀ କରାଯାଇଛି । ବହୁଜନ ସମାଜ ପାର୍ଟି (ବିଏସ୍ ପି)ରୁ ବହିଷ୍କୃତ ସାଂସଦ ରାମ ଶିରୋମଣି ବର୍ମାଙ୍କୁ ଶ୍ରାବସ୍ତିରୁ ଟିକେଟ୍ ମିଳିଛି ।

ସମାଜବାଦୀ ପାର୍ଟି ‘ଇଣ୍ଡିଆ’ ମେଣ୍ଟ ସହ ମିଶି ନିର୍ବାଚନ ଲଢୁଛି। ଆସନ ବୁଝାମଣା ରେ କଂଗ୍ରେସକୁ ୧୭ଟି ଆସନ ମିଳିଛି । ଦଳ ଡୋମାରିଆଗଞ୍ଜରୁ ଭୀଷ୍ମ ଶଙ୍କର ‘କୁଶଲ’ ତିୱାରୀ, ସନ୍ଥ କବୀର ନଗରରୁ ଲକ୍ଷ୍ମୀକାନ୍ତ ଓରଫ ପପୁ ନିଶାଦ, ସାଲେପୁରରୁ ରମାଶଙ୍କର ରାଜଭର ଓ ମଛଲିସହରରୁ ପ୍ରିୟା ସରୋଜଙ୍କୁ ପ୍ରାର୍ଥୀ କରିଛି ।

 

Get real time updates directly on you device, subscribe now.