fbpx

ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ଗୋଟିଏ ଫଳ, ଏକାଧିକ ରୋଗରୁ ପାଇବେ ମୁକ୍ତି

ଓଡ଼ିଶା ଭାସ୍କର: ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହା ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ସମସ୍ୟା ଦୂର ହୋଇଥାଏ । ବିଶେଷକରି ଖାଲି ପେଟରେ ପାଚିଲା ଅମୃତଭଣ୍ଡା ଖାଇବା ଦ୍ୱାରା ବହୁତ ଲାଭ ମିଳିଥାଏ । ଏହି କାରଣରୁ ପ୍ରସିଦ୍ଧ ଆବିଷ୍କାରକ ତଥା ନାବିକ ଖ୍ରୀଷ୍ଟୋଫର କଲମ୍ବୋସ ଅମୃତଭଣ୍ଡାକୁ ସ୍ୱର୍ଗଦୂତଙ୍କ ଫଳ ବୋଲି କହିଥିଲେ ।

ପାଚିଲା ଅମୃତଭଣ୍ଡାରେ ପ୍ରାକୃତିକ ମିଠା, ଭିଟାମିନ୍ ଓ ଖଣିଜ ଭରପୁର ହୋଇ ରହିଛି । ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରକୁ ଏକ୍ସଟ୍ରା ଏନର୍ଜି ମିଳିଥାଏ ।ଭିଟାମିନ୍ ଏ ଓ ସିରେ ଭରପୁର ପାଚିଲା ଅମୃତଭଣ୍ଡା କୋଲେଜନ ସଂଶ୍ଲେଷଣକୁ ବୃଦ୍ଧି କରିଥାଏ । ଏହାଦ୍ୱାରା ମୁହଁରେ ଭାଙ୍ଗ କି ଦାଗ ଦେଖାଯାଇ ନ ଥାଏ ଓ ମୁହଁ ଗ୍ଲୋ କରିଥାଏ ।

ଭିଟାମିନ୍ ସିରେ ଭରପୁର ପାଚିଲା ଅମୃତଭଣ୍ଡା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ । ଏହା ସହିତ ଶରୀରକୁ ସଂକ୍ରମଣ ଓ ଅନ୍ୟାନ୍ୟ ବହୁ ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ । ଅମୃତଭଣ୍ଡାରେ ଅଧିକ ଫାଇବର ରହିଥାଏ ଓ ଏହା କମ୍ କ୍ୟାଲୋରୀ ବାଲା ହୋଇଥାଏ । ତେଣୁ ଏହା ଖାଇବା ଦ୍ୱାରା ବହୁ ସମୟ ପର୍ଯ୍ୟନ୍ତ ପେଟ ଭରି ରହିଥାଏ । ଫଳରେ ଆମେ କମ୍ ଖାଇଥାଉ ଓ ଓଜନ ବି ନିୟନ୍ତ୍ରଣରେ ରହିଥାଏ ।

ଏଥିରେ ଥିବା ଭିଟାମିନ୍ ବି ଓ ଫୋଲେଟ୍ ମନକୁ ଶାନ୍ତ ରଖିଥାଏ । ଏହା ଖାଇବା ଦ୍ୱାରା ବୟସ ବଢିଲେ ବି ଦୃଷ୍ଟିଶକ୍ତି ପ୍ରଭାବିତ ହୋଇ ନ ଥାଏ । ଅମୃତଭଣ୍ଡାରେ ପପେନ୍ ନାମକ ଏକ ପ୍ରାକୃତିକ ପାଚନ ଏନଜାଇମ୍ ରହିଛି ଯାହା ହଜମ ପ୍ରକ୍ରିୟାରେ ସହାୟତା କରିଥାଏ । ଏହା ଖାଇବା ଦ୍ୱାରା ପେଟ ସମ୍ବନ୍ଧିତ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.