fbpx

ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା, ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ

ବୌଦ୍ଧ: ରାଜ୍ୟରେ ବର୍ତ୍ତମାନ ଲଘୁଚାପ ପ୍ରଭାବରେ ଲଗାଣିଆ ବର୍ଷା ଜାରି ରହିଛି । ବର୍ଷା ପ୍ରଭାବ ଅଧିକ ଥିବାରୁ ଘରୁ ବାହାରିବା ଏବଂ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେବେ ଏହାରି ମଧ୍ୟରେ ସର୍ବାଧିକ ବର୍ଷା ବୌଦ୍ଧ ଜିଲ୍ଲାରେ ରେକର୍ଡ ହୋଇଛି । ୩୯୦.୬ ମିମିର ବର୍ଷା ହୋଇଛି ବୌଦ୍ଧ ଜିଲ୍ଲାରେ । ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ ହୋଇଛି ।

ସୂଚନା ଅନୁଯାୟୀ, ୫୦ଟିି ସ୍ଥାନରେ ଅତିପ୍ରବଳ ବହ୭ା ହୋଇଥିବା ବେଳେ ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ସୋନପୁର ଜିଲ୍ଲାରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିମି ବର୍ଷା, ବଲାଙ୍ଗିରରେ ୧୭୫, କେନ୍ଦୁଝରରେ ୧୫୦.୨, ଅନୁଗୁଳରେ ୧୫୦ ମିମି, ତାଳଚେରରେ ୧୪୭, ଭବାନୀପାଟଣାରେ ୧୪୫ ମିମି ବର୍ଷା ରେକର୍ଡ ହୋଇଛି ।

ତୁହାକୁ ତୁହା ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀର ଜଳ ସ୍ତର ବଢିବାରେ ଲାଗିଛି। ଏହାରି ମଧ୍ୟରେ ଗଜପତି କାଶୀନଗର ଠାରେ ବିପଦ ସଂଙ୍କେତ ଟପିଛି ବଂଶଦାରା। ବିପଦ ସଂଙ୍କେତ ୫୪.୬୦ ମିଟର ଥିବା ବେଳେ, ଜଳ ସ୍ତର ୫୪.୯୦ ମିଟର ରହିଛି। ଶ୍ରୀକାକୁଲମରେ ଥିବା ଗୋଟା ବ୍ୟାରେଜର ୧୭ଟି ଗେଟ୍ ଆନ୍ଧ୍ର ଖୋଲିଲା ପରେ ଜଳସ୍ତର ବୃଦ୍ଧି ପାଇଛି। ସେହିଭଳି ଲଗାତାର ବର୍ଷା ପରେ ସୋନପୁର ଜିଲ୍ଲାର ବିରମହାରାଜପୁରରେ ବନ୍ୟା ପରି ପରିସ୍ଥିତି ଦେଖା ଦେଇଛି। ଅତ୍ୟଧିକ ଜଳ ନିଷ୍କାସନ ପାଇଁ ହରିହରଜୋର ଡ୍ୟାମର ନଅ ଫାଟକ ମଧ୍ୟରୁ ୬ ଟି ଖୋଲିବା ପରେ ଅନେକ ଗାଁରେ ବନ୍ୟା ଜଳ ପ୍ରବେଶ କରିବାର ଆଶଙ୍କା ରହିଛି।

Get real time updates directly on you device, subscribe now.