fbpx

ସକାଳୁ ଜାଳୁଛି ; ଦିନ ସାଢେ ୧୧ଟାରେ ତାତି ଅସମ୍ଭାଳ , ଜାଣନ୍ତୁ ଆପଣଙ୍କ ସହରରେ କେତେ ତାପମାତ୍ରା

ଭୁବନେଶ୍ୱର : ସକାଳୁ ଜାଳୁଛି ସୂର୍ଯ୍ୟତାପ । ଦିନ ସାଢେ ୧୧ଟାରୁ ଅସହ୍ୟ ହେଉଛି ତାତି । ପ୍ରାଣୀ ଜଗତ ଅସ୍ତବ୍ୟସ୍ତ ହୋଇଗଲେଣି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ସର୍ବୋଚ୍ଚ ସ୍ତରରେ ଥିଲା ।

ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ସେହିଭଳି ଝାରସୁଗୁଡାରେ ମଧ୍ୟ ତାପମାତ୍ର ୪୦ ଛୁଇଁଥିଲା । ଝାରସୁଗୁଡାରେ ଦିନ ସାଢେ ୧୧ଟା ସୁଦ୍ଧା ୪୦.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଉଥିଲା । ସେହିଭଳି କେନ୍ଦୁଝରରେ ୩୯.୨ ଡିଗ୍ରୀ ସେଲସିୟସ୍ , ସମ୍ବଲପୁରରେ ୩୮.୬ ଡିଗ୍ରୀ ସେଲସିୟସ୍ , ହୀରାକୁଦରେ ୩୭.୪ ଡିଗ୍ରୀ ସେଲସିୟସ୍ , ଚାନ୍ଦବାଲିରେ ୩୭ ଡିଗ୍ରୀ ସେଲସିୟସ୍ , ବାଲେଶ୍ୱରରେ ୩୬.୪ ଡିଗ୍ରୀ ସେଲସିୟସ୍ , ଗୋପାଳପୁରରେ ୩୪.୬ ଡିଗ୍ରୀ ସେଲସିୟସ୍ , ପୁରୀରେ ୩୪.୨ ଡିଗ୍ରୀ ସେଲସିୟସ୍ , ପାରାଦୀପରେ ୨୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଆସନ୍ତ ତିନି ଦିନ ଯାଏଁ ତାତିରୁ ନିସ୍ତାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.