fbpx
BJD SKY
BJD SKY

ବିଶ୍ୱର ସବୁଠାରୁ ଦାମୀ ପଇସା, ଯାହାର ମୂଲ୍ୟ ଶୁଣି ଆଶ୍ଚର୍ଯ୍ୟ ହେବେ

BJD

ବିଶ୍ୱର ସବୁଠାରୁ ମହଙ୍ଗା କଏନ୍ ହେଉଛି ୧୯୩୩ ଡବଲ ଇଗଲ ଗୋଲ୍ଡ କଏନ୍ । ଏହା ଏକ ଆମେରିକୀୟ କଏନ୍ ଯାହାର ଫେସ୍ ଭାଲ୍ୟୁ ଯଦି ଆଜିର ଏକ୍ସଚେଞ୍ଜ ରେଟ୍ ଅନୁସାରେ ଦେଖିବା ତେବେ ୨୦ ଡଲାର(୧,୫୨୫.୭୧ ଟଙ୍କା) ହେବ ।

କିନ୍ତୁ ନିଲାମୀ ସମୟରେ ଏହାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗତବର୍ଷ ସୋଥବୀ ନ୍ୟୁୟର୍କରେ ଏହାର ନିଲାମୀ କରିଥିଲା । ନିଲାମୀରେ ୧୪୪,୧୭,୯୫,୯୫୦ ଟଙ୍କାରେ ଏହି କଏନର ବୋଲି ହୋଇଥିଲା । ଅର୍ଥାତ୍ ଏହି କଏନ୍ ୧୪୪,୧୭,୯୫,୯୫୦ ଟଙ୍କାରେ ବିକ୍ରି ହେଲା । ଏହା ପୂର୍ବରୁ ୮ ଜୁଲାଇ ୨୦୨୧ରେ ଏହି କଏନ୍ ୧୩୮ କୋଟି ଟଙ୍କାରେ ନିଲାମ ହୋଇଥିଲା ।

କହିରଖୁଛୁ ୧୯୩୩ ମସିହାରେ ଡବଲ ଇଗଲ ପ୍ରଚଳନ ଉଦ୍ଦେଶ୍ୟରେ ଆମେରିକାରେ ପ୍ରସ୍ତୁତ ହୋଇଥିବା ଏହା ଶେଷ ସୁନା କଏନ୍ । ଆମେରିକାରେ ଏହା ପ୍ରସ୍ତୁତ ହୋଇଥିଲା କିନ୍ତୁ ପ୍ରଚଳନ ହୋଇପାରିନଥିଲା । ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜବେଲ୍ଟ ସେହି ସମୟରେ ଦେଶରେ ସୁନା କଏନ୍ ପ୍ରଚଳନ ଉପରେ ରୋକ ଲଗାଇଦେଇଥିଲେ ।

Get real time updates directly on you device, subscribe now.