fbpx

ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ମା’ !; ଜଙ୍ଗଲରୁ ମୃତଦେହ ଠାବକରି ମାଆକୁ ଅଟକ ରଖିଲା ପୋଲିସ

ବାଲିଗୁଡ଼ା: (ଓଡିଶା ଭାସ୍କର) ଚାରି ବର୍ଷର ଝିଅକୁ ମାରି ପୋତିଦେଲା ମାଆ । ସାରଙ୍ଗରୁ ଆସିଲା ହୃଦୟ ବିଦାରକ ଖବର । ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ମାଆ ! ଜଙ୍ଗଲରୁ ମୃତଦେହ ଜବତ ସହ ମାଆକୁ ଅଟକ ରଖିଛି ପୋଲିସ । ସାରଙ୍ଗ ଥାନା ଗୁଟିଙ୍ଗିଆ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଲହକୁ ନେଇ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ ମହିଳା । କିଛିଦିନ ହେବ ମାଆ ଝିଅଙ୍କ ପତା ମିଳୁନଥିଲା । ମହିଳାଙ୍କୁ ଠାବ କରିବା ପରେ ପୋଲିସକୁ କହିଥିଲେ ପରିବାର ଲୋକ । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.