ଡରାଇଲାଣି କରୋନାର ନୂଆ ପ୍ରଜାତି, ଭାରତରେ ୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ

କରୋନାର ନୂଆ ପ୍ରଜାତି ଜେଏନ୍-଼ଡଟ୍-ଓ୍ୱାନ୍ କାୟା ବିସ୍ତାର କଲାଣି।

ନୂଆଦିଲ୍ଲୀ:  ପୁଣି ଡ଼ରାଇଲାଣି କରୋନା ଭୟ। ଦେଶରେ ପୁଣି ଧିରେ ଧିରେ କାୟା ବିସ୍ତାର କରୁଛି କୋଭିଡ। ବଢୁଛି କୋଭିଡ ସଂକ୍ରମଣ, ବଢୁଛି ଭୟ। ଏହାରି ଭିତରେ ଭାରତରେ ୫୮ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇସାରିଲେଣି।

ଯାହାକୁ ନେଇ ଚିନ୍ତାରେ ପଡିଲେଣି ବିଶେଷଜ୍ଞ। ହଁ ଏବେ ପୁଣି ଥରେ କରୋନାର ନୂଆ ପ୍ରଜାତି ଜେଏନ୍-଼ଡଟ୍-ଓ୍ୱାନ୍ କାୟା ବିସ୍ତାର କରିବାରେ ଲାଗିଛି। ଆଉ ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଭୟ ବଢ଼ାଉଛି କୋରୋନାର ନୂଆ ପ୍ରଜାତି ଜେଏନ୍-଼ଡଟ୍-ଓ୍ୱାନ୍। ଏପଟେ ଭାରତରେ ୫୮ ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହେଲେଣି। ଏପରିକି ବଲିଉଡ ଅଭିନେତ୍ରୀ ଶିଳ୍ପା ଶିରୋଦକର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।