fbpx
BJD SKY
BJD SKY

ମାଓବାଦୀ ଭୟ ଦୂର କରିବ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବିଏସ୍‌ଏଫ କ୍ୟାମ୍ପ

BJD

ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ମାଓବାଦୀଙ୍କ ପାର୍ଦୁଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତର ଘନବେଡା ଠାରେ ଗୁରୁବାର ଦିନ ଏକ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ବିଏସଏଫ ଡ଼ିଆଇଜି ସଞ୍ଜୟ କୁମାର ସିଂ, ମାଲକାନଗିରି ଏସ୍‌ପି ପ୍ରହଲ୍ଲାଦ ସହାଇ ମିନାଙ୍କ ଉପସ୍ଥିତିରେ ଘନବେଡା ରେ ଉଡିଛି ତ୍ରିରଙ୍ଗା ପତାକା।

ମାଓବାଦୀ ଦମନ ପାଇଁ ପୂର୍ବରୁ ପ୍ରଥମକରି ହନ୍ତାଳଗୁଡ଼ା ପରେ ଜନ୍ତୁରାଇ, ଯୋଡ଼ାମ୍ବ ର ଦାରଲାବେଡା ଓ ଗୋରାସେତୁ ଠାରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହୋଇସାରିଥିବା ବେଳେ ଯୋଡ଼ାମ୍ବ ରେ ମଧ୍ୟ ଥାନା ଖୋଲାଯାଇଛି। ଏବେ ମାଓବାଦୀ କାର୍ଯ୍ୟକଳାପକୁ ଦମନ କରି ଉନ୍ନୟନମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ଘନବେଡା ଠାରେ ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହି କ୍ୟାମ୍ପ ଉଭୟ ଘନବେଢା ଓ ଗୋରାସେତୁକୁ ସମ୍ପୂର୍ଣ୍ଣ ମାଓବାଦୀମୁକ୍ତ କରି ପାରିବା ସହ ଅଣ୍ଡିରାପାଲି ପଞ୍ଚାୟତର କେତେକ ଗ୍ରାମ ଉପରେ ନଜର ରଖିପାରିବ ବୋଲି ଶ୍ରୀ ସିଂ କହିଛନ୍ତି । ଉକ୍ତ ଅଞ୍ଚଳ ଦୀର୍ଘ ବର୍ଷ ଧରି ବିଚ୍ଛିନ୍ନ ଦୁର୍ଗମ ପାହାଡି ଅଞ୍ଚଳ ରୂପେ ପରିଚିତ ଥିଲା। ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳର ବିକାଶ ଦ୍ରୁତଗତିରେ ଆଗେଇବ। ମାଓାଦୀଙ୍କ ପ୍ରତି ଲୋକଙ୍କ ଭୟ ରହିବ ନାହିଁ ବୋଲି ଏସ୍‌ପି ଶ୍ରୀ ମୀନା କହିଛନ୍ତି। ସେ ମାଓବାଦୀ ମାନଙ୍କୁ ଅଞ୍ଚଳର ବିକାଶରେ ସାମିଲ ହୋଇ ମୁଖ୍ୟସ୍ରୋତକୁ ଫେରିଆସିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.