ବାଇକ୍‌କୁ ଧକ୍କା ଦେଇ କିଛି ବାଟ ଟାଣି ନେଲା ଟ୍ରାକ୍ଟର, ମୃତ୍ୟୁମୁଖରୁ ଅଳ୍ପକେ ବଞ୍ଚିଗଲେ ୩ ଆରୋହୀ

ଗଜପତି (ଓଡ଼ିଶା ଭାସ୍କର): ବାଟସିରିପୁର ଛକରେ ନିକଟ ବାଇକ୍‌କୁ ଧକ୍କା ଦେବା ସହ କିଛି ବାଟ ଟାଣିଲା ନେଲା ଟ୍ରାକ୍ଟର। ଦୁର୍ଘଟଣା ଫଳରେ ୩ ଜଣ ବାଇକ୍ ଆରୋହୀ ଆହତ ହୋଇଥିବା ବେଳେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସେଠାରେ ଆହତ ମାନଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ସୂଚନା ମୁତାବିକ, ଗୁରୁବାର କଇଁପୁର ଅଞ୍ଚଳର ଧନୁ ମଣ୍ଡଳ, ସେନାପତି ମଣ୍ଡଳ ଏବଂ ସଞ୍ଜୀବ ଶବର ଏକ ବାଇକ (ଓଡି-୦୭ଏଫ-୫୪୦୭)କୁ ଯୋଗେ ପାରଳାଖେମୁଣ୍ଡି କୌଣସି କାମରେ ଆସି ସନ୍ଧ୍ୟାରେ ଫେରୁଥିବା ବେଳେ ବାଟସିରିପୁର ଛକରେ ବାଲି ବୋଝେଇ ଟ୍ରାକ୍ଟର (ଓଡି-୨୦-୮୩୪୬)  ଧକ୍କା ଦେଇଥିଲା। ଟ୍ରାକ୍ଟର ଡାଲାରେ ଲାଗି କିଛି ବାଟ ପର୍ଯ୍ୟନ୍ତ ବାଇକକୁ ଟାଣି ନେଇଥିଲା। ଚାଲକ ଓ ୨ ଆରୋହୀ ତଳେ ପଡି ଯିବା ବାଇକ୍ ସହ ଟାଣି ହୋଇଯାଇଥିଲେ। ଦୁର୍ଘଟଣାକୁ ଦେଖିଥିବା ପ୍ରତ୍ୟେକ୍ଷଦର୍ଶୀ ମାନେ ସମସ୍ତ ବାଇକ୍ ଆରୋହୀଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ଧରିନେଇଥିଲେ। କିନ୍ତୁ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆରୋହୀ ଉଦ୍ଧାର କରିଥିଲା। ଆହତ ଯୁବକଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ହେଲେ ସେଭଳି କିଛି ହୋଇନଥିବାରୁ ସମସ୍ତେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଗୁରାଣ୍ଡି ଥାନା  ଟ୍ରାକ୍ଟର ଓ ବାଇକ୍ ଜବତ କରିଥିବା ବେଳେ ଏହି ଘଟଣା ସଂପର୍କରେ ତଦନ୍ତ ଜାରି ରହିଛି ବୋଲି ଗୁରାଣ୍ଡି ଥାନା ଅଧିକାରୀ ରବିନ୍ଦ୍ର ନାଥ ପାତ୍ର କହିଛନ୍ତି।