fbpx

ଝଟ୍‌କା ଦେଲେ ଲାଲୁଙ୍କ ଗେହ୍ଲା ପୁଅ ତେଜସ୍ୱୀ, ନିର୍ବନ୍ଧ କରିବାକୁ ଯାଇ ବାହା ହୋଇଗଲେ; ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ

ନୂଆଦିଲ୍ଲୀ: ସରିଲା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଗେହ୍ଲା ପୁଅ ତେଜସ୍ୱୀଙ୍କ ବିବାହ । ଦିଲ୍ଲୀରେ  ସେ ବିବାହ କରି ସମସ୍ତଙ୍କୁ ଦେଇଛନ୍ତି ଝଟ୍‌କା । ନିର୍ବନ୍ଧ କରିବାକୁ ଯାଇ ସେ ନେଇଛନ୍ତ ସାତଫେରା । ପୂର୍ବରୁ ଗୁରୁବାର ତାଙ୍କ ନିର୍ବନ୍ଧ ହେବ ବୋଲି ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଥିଲା । ହେଲେ ନିର୍ବନ୍ଧ କରିବାକୁ ଯାଇ ସେ ଏବେ ବିବାହ କରିନେଇଛନ୍ତି । ତାଙ୍କ ବିବାହ ନେଇ ପୂର୍ବରୁ କୌଣସି ଖବର ନଥିଲା । ତେଜସ୍ୱୀଙ୍କ ବିବାହ ଫଟୋ ଏବେ ସାମ୍ନାକୁ ଆସିଛି ।

ଲାଲ ଯୋଡାରେ ଲାଲୁଙ୍କ ବୋହୂ ନଜର ଆସିଥିବା ବେଳେ ଗୋଲଡ଼େନ ସେରୱାନି ପିନ୍ଧି ବର ବେଶରେ ସଜେଇ ହୋଇଛନ୍ତି ତେଜସ୍ୱୀ । ସେ ଚଣ୍ଡିଗଡର ଜଣେ ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିଛନ୍ତି । କୁହାଯାଉଛି ଯେ, ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଏବଂ ତାଙ୍କ ପତ୍ନୀଙ୍କ ବନ୍ଧୁତା ସାତ ବର୍ଷ ପୁରୁଣା । ଏ ଦୁହେଁ ଦିଲ୍ଲୀର ଆରକେପୁରମ୍‌ ଦିଲ୍ଲୀ ପବ୍ଲିକ ସ୍କୁଲରେ ଏକାଠି ପଢ଼ୁଥିଲେ । କୁହାଯାଉଛି ଯେ ଗତ କିଛି ଦିନ ହେବ ତେଜସ୍ୱୀଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା । କିନ୍ତୁ ଏହାକୁ ଗୁପ୍ତ ରଖାଯାଇଥିଲା । ପରିବାରର କିଛି ପ୍ରତିଷ୍ଠିତ ସଦସ୍ୟଙ୍କ ବ୍ୟତୀତ ଏହି ସୂଚନା କାହାକୁ ଦିଆଯାଇନଥିଲା । ପ୍ରଥମେ କୁହାଯାଉଥିଲା ତେଜସ୍ୱୀଙ୍କ ନିର୍ବନ୍ଧ ହେବ କିନ୍ତୁ ଏବେ ତାଙ୍କ ବିବାହ ଖବର ସାମ୍ନାକୁ ଆସିଛି । ତେଜସ୍ୱୀ ଯାଦବଙ୍କୁ ବିବାହ କରାଇବା ପାଇଁ ଲାଲୁଙ୍କ ପାରିବାରିକ ପୁରୋହିତ ଭୃଗୁନାଥପତି ଦୁବେଙ୍କୁ ବୁଧବାର ଶୀଘ୍ର ଦିଲ୍ଲୀ ଡକାଯାଇଥିଲା । ଦିଲ୍ଲୀ ସ୍ଥିତ ସୈନିକ ଫାର୍ମ ହାଉସରେ ତେଜସ୍ୱୀଙ୍କ ବିବାହ ହୋଇଛି । ଗୁରୁବାର ସକାଳେ ହଳଦି ପରେ ରିଙ୍ଗ ସେରେମୋନି ଏବଂ ତା’ପରେ ଦୁହେଁ ବିବାହ ମଣ୍ଡପରେ ବସିଥିଲେ । ଏହାପୂର୍ବରୁ ତାଙ୍କ ଭଉଣୀ ରୋହିଣୀ ଟ୍ୱିଟ୍‌ କରି ତେଜସ୍ୱୀଙ୍କ ବିବାହ ଖବରକୁ କନ୍‌ଫର୍ମ କରିଥିଲେ ।

 

ସୂଚନା ମୁତାବକ, ପୂର୍ବରୁ ଲାଲୁ ଏହି ବିବାହକୁ ନେଇ ରାଜି ନଥିଲେ । ଏଥିପାଇଁ ସେ ନିଜ ସମ୍ପର୍କୀୟଙ୍କୁ ମଧ୍ୟ ଉକ୍ତ ବିବାହକୁ ଡାକିନାହାନ୍ତି ।

Get real time updates directly on you device, subscribe now.