fbpx

ମଝି ଆକାଶରେ ବିମାନରେ ଅଘଟଣ: ପାସେଞ୍ଜରଙ୍କ ମୋବାଇଲରେ ଲାଗିଲା ନିଆଁ, ଆଉ ତା ପରେ…

Advertisement

ନୂଆଦିଲ୍ଲୀ: ଆଜିକା ପିଢୀରେ ସ୍ମାର୍ଟ ଫୋନ ମଣିଷର ଜୀବନଯାପନ ପ୍ରଣାଳୀକୁ ଖୁବ ସହଜ କରି ଦେଇଛି । କିନ୍ତୁ ଡିବ୍ରୁଗଡରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ଘଟିଯାଇଛି ଏକ ବଡ ଅଘଟଣ । ବିମାନ ମଝି ଆକାଶରେ ଥିବା ବେଳେ ଜଣେ ପାସେଞ୍ଜରଙ୍କ ମୋବାଇଲରୁ ଧୂଆଁ ଉଠୁତିବାର ଦେଖିବାକୁ ମିଳିଥିଲା । ତେବେ ଏହା ଦେଖି ବିମାନର ଜଣେ କ୍ରୁ ମେମ୍ବରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ନିଆଁକୁ ଆୟତ୍ତ କରିବା ସହିତ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ବୁଧବାର ଇଣ୍ଡିଗୋର 6E 2037 ବିମାନ ଦିଲ୍ଲୀ ଯିବା ବାଟରେ ଏଭଳି ଏକ ଅଘଟଣ ଘଟିଛି ।

ବିମାନ ଉଡାଣ ବେଳେ ଜଣେ ପାସେଞ୍ଜରଙ୍କ ମୋବାଇଲ ହଠାତ ଗରମ ହୋଇଯିବାରୁ ସେଥିରୁ ଧୂଆଁ ବାହାରିଥିଲା । ତେବେ କ୍ରୁ ମେମ୍ବର ଉପସ୍ଥିତ ବୁଦ୍ଧି ଏବଂ ତତ୍ପରତା ଦେଖାଇ ଏହାକୁ ରୋକିବାକୁ ଉଦ୍ୟମ କରିଥିବା ନେଇ ଇଣ୍ଡିଗୋ ତରଫରୁ ଏକ ବୟାନ ଜାରି କରି କୁହାଯାଇଛି । ସମୟ ପୂର୍ବରୁ କ୍ରୁ ମେମ୍ବର ମୋବାଇଲ ଏବଂ ଏଥିରୁ ନିର୍ଗତ ଧୂଆଁ ଉପରେ ନିୟନ୍ତ୍ରଣ କରି ପାରିଥିଲେ । ନଚେତ ଏହା ବିମାନ ଏବଂ ଉପସ୍ଥିତ ଅନ୍ୟ ଯାତ୍ରୀମାନଙ୍କ ପ୍ରତି ଏକ ଭୟଙ୍କର ଘଟଣାର କାରଣ ପାଲଟିଥାନ୍ତା ବୋଲି କୁହାଯାଇଛି ।

Get real time updates directly on you device, subscribe now.