fbpx

ଅଗ୍ନିଶମ ବିଭାଗରେ ଆରମ୍ଭ ହେବ ପିସିଆର ୟୁନିଟ, ସଂକୀର୍ଣ୍ଣ ଓ ଅଣଓସାରିଆ ଜାଗାରେ ମୁତୟନ ହେବ

Advertisement

ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହେବ ପିସିଆର୍ ୟୁନିଟ୍ ଭେଇକିଲ୍। ସଂକୀର୍ଣ୍ଣ ଓ ଅଣଓସାରିଆ ଜାଗାଗୁଡିକରେ ଏହି ଗାଡି ମୁତୟନ ହେବ। ତେବେ ୨୪ ଘଣ୍ଟା ଧରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାଦ୍ବାରା ପ୍ରତିକୂଳ ପରିସ୍ଥିତିରେ ଅଗ୍ନିକାଣ୍ଡ ମୁକାବିଲା ଆହୁରି ଶୀଘ୍ର ହୋଇପାରିବ। ପୋଲିସ ବିଭାଗର ପିସିଆର୍ ଭଳି ଏହା କାମ କରିବ। ପୂର୍ବରୁ ଏହି ବ୍ୟବସ୍ଥା ମୁମ୍ବାଇରେ ଥିବାବେଳେ ଏବେ ଏହା ଓଡ଼ିଶାରେ କାର୍ଯ୍ୟକାରୀ ହେବ।

କଟକ ଓ ଭୁବନେଶ୍ବର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବଡ଼ ଗାଡି ଯାତାୟାରେ ଅନେକ ଅସୁବିଧା ହେଉଛି। ସେଥିପାଇଁ ସହରର ସଂକୀର୍ଣ୍ଣ ଅଞ୍ଚଳରେ ଏହାକୁ ନିୟୋଜିତ କରାଯିବ। ବିଶେଷକରି ସନ୍ଧ୍ୟା ୬ରୁ ୯.୩୦ ମଧ୍ୟରେ ଏକ ୟୁନିଟ୍ ନିୟୋଜିତ ହେବ। ଓଡ଼ିଶା ଅଗ୍ନିଶମ ବିଭାଗ ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ବୋଲି ଅଗ୍ନିଶମ ବିଭାଗ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.