fbpx

ଭଉଣୀ ସହ ଥିଲା ଶାରୀରିକ ସମ୍ପର୍କ: ରାଗରେ ଆସି ଭାଇ ଦେଲା ଏପରି ମୃତ୍ୟୁ, ଯାହାକୁ ଶୁଣି ଶିହରି ଉଠିବେ ଆପଣ

ପୁଣେ: ମହାରାଷ୍ଟ୍ର ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଶାରୀରିକ ସମ୍ପର୍କକୁ ନେଇ ୫ଜଣ ଲୋକ ମିଶି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ଏହା ସହ ଶବର ହାତ, ଗୋଡ଼ ବାନ୍ଧି ପୁଣେ ଏବଂ ସୋଲାପୁର ଜିଲ୍ଲା ସୀମାରେ ଥିବା ନିରା ନଦୀରେ ଫିଙ୍ଗିଦେଇଥିଲେ । ଏହି ଘଟଣାରେ ପୋଲିସ ୩ ଅପରାଧୀଙ୍କୁ ଗିରଫ କରିଛି ।

ଏହି ଘଟଣା ପୁଣେ ଜିଲ୍ଲାର ଇନ୍ଦାପୁର ତାଲୁକା ଅନ୍ତର୍ଗତ ୱାଲଚନ୍ଦନଗର ପୋଲିସ ଷ୍ଟେସନ ପରିସରର ବୋଲି ଜଣାପଡିଛି । ବାରାମାତୀ ଡିଆଇଏସପି ଗଣେଶ ଇଙ୍ଗଲେ କହିଛନ୍ତି ଯେ, ମୃତକଙ୍କ ନାଁ ବିକାଶ ହୋଇଥିବା ବେଳେ ସେ ଟେମ୍ପୁ ଡ୍ରାଇଭର ଭାବେ କାମ କରୁଥିଲେ । ସେ ପ୍ରତିଦିନ ବାରାମାତୀରୁ ସୋଲାପୁର ଜିଲ୍ଲାର ମଙ୍ଗଲବେଡ଼ା ପର୍ଯ୍ୟନ୍ତ ଖାଦ୍ୟ ନେଉ ଯାଉଥିଲେ । ପୋଲିସ କହିଛି ଯେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଭଉଣୀ ସହିତ ମୃତକଙ୍କ ଅନୈତିକ ସମ୍ପର୍କ ଥିଲା । ଯାହାଫଳରେ ରାଗରେ ଆସି ବିକାଶଙ୍କୁ ଜୁନ୍ ୧୦ରେ ହତ୍ୟା କରାଯାଇଥିଲା ।

ସ୍ଥାନୀୟ ଲୋକମାନେ ଜୁନ୍ ୧୨ ତାରିଖରେ ବିକାଶ ଶବକୁ ନଦୀରେ ପଡିଥିବାର ଦେଖିଥିଲେ । ପରେ ଲୋକମାନେ ପୋଲିସକୁ ଏବିଷୟରେ ଖବର ଦେଇଥିଲେ । ୱାଲଚନ୍ଦନଗର ପୋଲିସ ମୃତଦେହକୁ ପାଣି ଭିତରୁ ବାହାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରଥିଲା । ଏହା ଏକ ହତ୍ୟା ମାମଲା ବୋଲି ପୋଲିସ ସନ୍ଦେହ କରିଥିଲା । ୪୮ ଘଣ୍ଟା ମଧ୍ୟରେ ମୃତଦେହ ଚିହ୍ନଟ କରାଯାଇଥିଲା । ମୃତକଙ୍କ ଭାଇ ଏହି ମାମଲାରେ ୫ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।

Get real time updates directly on you device, subscribe now.