ମାନିଲା: ଫିଲିପାଇନ୍ସରେ ବର୍ତ୍ତମାନ ଭୟଙ୍କର ତାଣ୍ଡବ ରଚୁଛି ଘୂର୍ଣ୍ଣିର୍ଝଡ଼ ‘ଟ୍ରାମି’ । ପ୍ରବଳ ବର୍ଷା ସହ ଭୀଷଣ ପବନରେ ବେହାଲ ହୋଇଛି ସାରା ସହର । ବର୍ତ୍ତମାନ ସୁଦ୍ଧା ଫିଲିପାଇନ୍ସରେ ମୋଟ ୧୩୬ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଘୂର୍ଣ୍ଣିଝଡ଼ରେ ଏବେ ପର୍ଯ୍ୟନ୍ତ ୪୦ ଜଣ ନିକୋଜ ଥିବା ମଧ୍ୟ ଜାଣିବାକୁ ମିଳିଛି । ଅନେକ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ପାରିନାହିଁ । ତେବେ ଉଦ୍ଧାରକାରୀ ଦଳ ଲୋକମାନଙ୍କୁ ବିପଦରୁ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୧ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରକ୍ରିୟା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଖସିବାରୁ ଅନେକ କ୍ଷୟକ୍ଷତି ଘଟିଯାଇଛି ।