fbpx

ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ

Advertisement

ଭୁବନେଶ୍ୱର, ୧୦ା୩ (ଓଡିଶା ଭାସ୍କର): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ କରାଯାଇଛି । ମନ୍ଦିର ନୀତିରେ ସେବାୟତ ଅସହଯୋଗ କରିବାରୁ ଏପରି ଘଟିଥିବା କୁହାଯାଉଛି । ଜାଗର ଦିନକ ପୂର୍ବର ରୋଷ ହୋମଠାରୁ ନୀତି ବନ୍ଦ ହୋଇଛି । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଏହି ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, କପିଳନାଥ ଓ ଲିଙ୍ଗରାଜଙ୍କ ସେବାୟତଙ୍କ ମଧ୍ୟରେ ବିବାଦ ରହିଛି । ଫଳରେ ଏହି ବିବାଦ ଯୋଗୁଁ ବହୁ ବର୍ଷ ଧରି ପରମ୍ପରା ଭଙ୍ଗ ହେଉଥିବା କୁହାଯାଉଛି । ପ୍ରଶାସନ ପଦକ୍ଷେପ ନେଉନଥିବା ବ୍ରାହ୍ମଣ ନିଯୋଗ ପକ୍ଷରୁ ଅଭିଯୋଗ କରାଯାଇଛି ।

Get real time updates directly on you device, subscribe now.