ପୁଣି ଏହି ରାଜ୍ୟରେ ଛାଇଲା ନିଶାର କଳାବାଦଲ: ଡ୍ରଗ୍ସ ପରେ ଏବେ ଗ୍ରାସିଲା ଟାବଲେଟ ନିଶା

ନିଶାକାରୀଙ୍କ ବଦଳିଗଲା ସ୍ୱାଦ, ହେରୋଇନ ପରେ ଏବେ ନୂଆ ନିଶା

ପଞ୍ଜାବ: ସବୁବେଳେ ନିଶାରେ ବୁଡି ରହୁଥିବା ପଞ୍ଜାବ ବିଷୟରେ ଏକ ନୂଆ ଖୁଲାସା ହୋଇଛି। ଯେଉଁଠି ଦେଖିବାକୁ ମିଳିଛି ଯେ ଡ୍ରଗ୍ସ ବ୍ୟବହାରକାରୀଙ୍କ ସ୍ୱାଦ ବଦଳି ଯାଇଛି। ପୂର୍ବରୁ ସେମାନେ ହେରୋଇନ୍ ସେବନ କରୁଥିଲେ, କିନ୍ତୁ ଏବେ ସେମାନେ ସାଇକୋଟ୍ରୋଫିକ ଡ୍ରଗ୍ସ ଟାବଲେଟ ପ୍ରଚୁର ମାତ୍ରାରେ ବ୍ୟବହାର କରୁଛନ୍ତି।

ପ୍ରତିଦିନ ସେଠାରୁ ବହୁ ପରିମାଣରେ ନିଶା ଜବତ ହେଉଛି। କିନ୍ତୁ ଏଥର ସୁରକ୍ଷା ଏଜେନ୍ସିଗୁଡ଼ିକ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ ହେରୋଇନ୍ ପରେ ରାଜ୍ୟରେ ସାଇକୋଟ୍ରୋଫିକ ଡ୍ରଗ୍ସର ବ୍ୟବହାର ବୃଦ୍ଧି ପାଇଛି।

ଏହି ବର୍ଷ ଏପର୍ଯ୍ୟନ୍ତ, ସୁରକ୍ଷା ଏଜେନ୍ସିଗୁଡ଼ିକ ଏନସିବି ସହିତ ମିଶି ପଞ୍ଜାବରୁ ପ୍ରାୟ 1 କୋଟି 50 ଲକ୍ଷ ସାଇକୋଟ୍ରୋଫିକ ଡ୍ରଗ୍ସ ଟାବଲେଟ୍ ଉଦ୍ଧାର କରିଛନ୍ତି।

ପଞ୍ଜାବରେ ଏନସିବିର ଅଭିଯାନ ଜାରି ରହିଛି। ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, ଏହି ଡ୍ରଗ୍ସର ଏକ ବିପୁଳ ପରିମାଣ ଜବତ କରାଯାଇଛି।

ନିକଟରେ ଏନସିବି ପଞ୍ଜାବରୁ ପ୍ରାୟ 35 ହଜାର ସାଇକୋଟ୍ରୋଫିକ ଡ୍ରଗ୍ସ ଟାବଲେଟ୍ ଜବତ କରିଛି। ତା ସହିତ 4 ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।

ଯେଉଁଥିରେ ହରିୟାଣା-ପଞ୍ଜାବରେ ଜଣେ ମେଡିକାଲ ଦୋକାନ ମାଲିକ ଏବଂ ଔଷଧର 3 ବଡ଼ ହୋଲସେଲର ଅଛନ୍ତି। ଷ୍ଟୋର ମାଲିକଙ୍କ ସୂଚନା ଅନୁଯାୟୀ, ସେମାନେ ବେଆଇନ ଭାବରେ ଔଷଧ କିଣୁଛନ୍ତି ଏବଂ ବିକ୍ରି କରୁଛନ୍ତି।