fbpx

ଗର୍ଭବତୀବେଳେ ଆସିଥିଲା ବିବାହ ପ୍ରସ୍ତାବ, ଜାଣନ୍ତୁ କିଏ କହିଲେ ‘ସଚ୍ କହୁଁ ତୋ’ …

ମୁମ୍ବାଇ: ବରିଷ୍ଠ ଅଭିନେତ୍ରୀ ନୀନା ଗୁପ୍ତା ଅନେକ ଫିଲ୍ମରେ ନଜର ଆସିଛନ୍ତି । ତାଙ୍କର ନିକଟରେ ଏକ ପୁସ୍ତକ “ସଚ୍ କହୁଁ ତୋ’କୁ କରୀନା କପୁର ଖାନ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ତାଙ୍କ ଜୀବନର ବହୁ ଅକୁହା କଥାକୁ ଉଲ୍ଲେଖ କରିଛନ୍ତି ନୀନା ।

ସବୁ ଝିଅଙ୍କ ପରି ତାଙ୍କର ଶାଶୂ ଘର ଯିବାର ସ୍ୱପ୍ନ ଥିଲା । ସ୍ୱାମୀ ଏବଂ ପିଲାଙ୍କ ସହ ହସ ଖୁସିରେ ସମୟ କାଟିବେ ବୋଲି ଭାବିଥିଲେ । ହେଲେ ସେ ସବୁ କିଛି ପୂରଣ ହେଲା ନାହିଁ । ଜୀବନରେ ଏମିତି କିଛି ଆଫେୟାର୍ସ ହୋଇଥିଲା । ହେଲେ ତାହା ବାସ୍ତବ ରୂପ ନେବା ଆଗରୁ ଭାଙ୍ଗିଯାଇଥିଲା । ଘଟଣାକୁ ମନେପକାଇ ନୀନା କହିଥିଲେ ଜଣେ ବ୍ୟକ୍ତିଙ୍କ ସହ ବିବାହ ଫାଇନାଲ ହେବା ପରେ ମୁଁ ଶପିଂ କରିବାକୁ ଯାଇଥିଲି । ସେହି ସମୟରେ ସେ ଫୋନ କରି ବିବାହ ଭାଙ୍ଗିଥିଲେ । ଏହାର କାରଣ ମୁଁ ଜାଣିନଥିବା ବେଳେ ସେ ଏବେ ନିଜର ହସ ଖୁସିର ଜୀବନ କାଟୁଛନ୍ତି ।

ୱେଷ୍ଟଇଣ୍ଡିଜ୍ର ପ୍ରସିଦ୍ଧ କ୍ରିକେଟର ଭିଭିଆନ୍ ରିଚାର୍ଡଙ୍କ ସହ ନୀନାଙ୍କ ପ୍ରେମ ସମ୍ପର୍କକୁ ନେଇ ବଲିଉଡ୍ରେ ଉଠୁଥିଲା ପଡୁଥିଲା । କିନ୍ତୁ ଏମିତି ଏକ ସମୟ ଆସିଥିଲା ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ପାରିନଥିିଲେ । ହେଲେ ଭିଭିଆନଙ୍କର ନୀନା ଏକ କନ୍ୟା ସନ୍ତାନର ମା ହୋଇଥିଲେ । ନୀନା ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ସତିଶ ତାଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । କହିଥିଲେ କି ବ୍ୟସ୍ତ ହୁଅ ନାହିଁ । ଯଦି ପିଲାଟି କଳା ରଙ୍ଗ ନେଇ ଜନ୍ମ ହୁଏ ତାହାଲେ ତୁମେ କହିପାରିବ ଏହା ମୋର ପିଲା । ଆମେ ଦୁହେଁ ବିବାହ ମଧ୍ୟ କରିବୁ । କିନ୍ତୁ ପରେ ନୀନା କହିଥିଲେ କି ସତିଶ ଜଣେ ମୋର ଭଲ ବନ୍ଧୁ ଅଟନ୍ତି । ସେ ଜଣେ ସିଙ୍ଗଲ ମଦର ଭାବେ ତାଙ୍କ ଝିଅକୁ ବଡ କରିଥିଲେ । ନୀନାଙ୍କ ଝିଅ ନାମ ମାସାବା ଗୁପ୍ତା । ସେ ଏବେ ଜଣେ ଆଗଧାଡିର ଫ୍ୟାଶନ ଡିଜାଇନର ।

ଜୀବନରେ ଅନେକ ଦୁଃଖ କଷ୍ଟ ଓ ବିଫଳତା ଦେଖିଛନ୍ତି ନୀନା । ଜୀବନରେ କରିଥିବା ଭୁଲରୁ ମଧ୍ୟ ବହୁ କିଛି ଶିଖି ଆଗକୁ ବଢିଛନ୍ତି । ଏପରି ବାସ୍ତବତାକୁ ଗ୍ରହଣ କରିସାରିଥିବା ବେଳେ ମୋ ଜୀବନକୁ ଆସିଥିଲେ ବିବେକ ମେହେର । ଯାହାକୁ ମୁଁ ପରିଣତ ବୟସରେ ହାତ ତାଙ୍କ ଧରି ଆଗକୁ ବଢିବା ପାଇଁ ଆଗେଇ ମିସେସ୍ ବିବେକ୍ ମେହେର ପରିଚୟ ପାଇ ଖୁସିରେ ଅଛି ।

Get real time updates directly on you device, subscribe now.