fbpx

ବଢ଼ିବ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ, ଲାଗିବ ଶ୍ରୀମନ୍ଦିରରେ 3D ଲାଇଟ୍

ପୁରୀ(ଓଡ଼ିଶା ଭାସ୍କର): ପ୍ରତ୍ନତତ୍ତ୍ୱ ବିଭାଗ ନେଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଶ୍ରୀମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଖର୍ଚ୍ଚ କରିବ ଦେଢ଼ କୋଟି ଟଙ୍କା । ଆଉ ଲାଗିବ ମୂଲ୍ୟବାନ ଥ୍ରୀ-ଡି ଲାଇଟ୍ । ଫଳରେ ସଞ୍ଜ ନଇଁଲେ ଚମକିବ ଶ୍ରୀମନ୍ଦିରର ବାହ୍ୟ ପରିବେଶ ।

ସୂଚନା ଅନୁସାରେ ଅଁଳାବେଢ଼ାରୁ ମେଘନାଦ ପାଚେରି, ଭିତରଗୁମୁଟରୁ ବାଇଶି ପାହାଚ ପର୍ଯ୍ୟନ୍ତ ଆଧୁନିକ ଆଲୋକମାଳାରେ ସଜାଇ ହେବ ଶ୍ରୀମନ୍ଦିର । ଫଳରେ ଶ୍ରଦ୍ଧାଳୁ ରାତିରେ ମଧ୍ୟ ଦୂରରୁ ଦେଖିପାରିବେ ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ଯ୍ୟ । ଏନେଇ ବିଭାଗୀୟ ଟିମ୍ କରିସାରିଲେଣି ଅନୁଧ୍ୟାନ । ଶ୍ରୀମନ୍ଦିରର କେଉଁ କେଉଁ ସ୍ଥାନରେ ଲାଇଟ୍ ଲାଗିଲେ ତାହା ଉପଯୁକ୍ତ ଭାବେ ସୌନ୍ଦର୍ଯ୍ୟକୁ ବଢ଼ାଇବ, ସେନେଇ ପ୍ରାୟତଃ ସରିଛି ନିଷ୍ପତ୍ତି । ଆଉ ଏହିକାମକୁ ହାତକୁ ନେଇ ୱାପକୋସ୍ କମ୍ପାନି । ପ୍ରୋଜେକ୍ଟର ନାମ ରଖାଯାଇଛି ଫେକେଡ୍ ଇଲୁମିନସେନ ପ୍ରୋଜେକ୍ଟ ।

Get real time updates directly on you device, subscribe now.