fbpx

ମାନିଲା ବିକ୍ରମ, ୨ ବର୍ଷ ତଳୁ ରଖିଥିଲା ପିସ୍ତଲ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲାରେ ଘଟିଥିବା ଆତଙ୍କରାଜ ଘଟଣାକୁ ନେଇ ଏକ ନୂଆ ଖୁଲାସା ହୋଇଛି । ଘଟଣାର ମୁଖ୍ୟ ନାୟକ କୁହାଯାଉଥିବା ବିକ୍ରମ ପଣ୍ଡା ବର୍ତ୍ତମାନ ପୋଲିସ ହେପାଜତରେ ରହିଥବା ବେଳେ ସେ ଏହି ଘଟଣାକୁ ନେଇ ଅନେକ ତଥ୍ୟ ଓଗାଳିଛି । ବିକ୍ରମ ୨ ବର୍ଷ ତଳୁ ନିଜ ପାଖରେ ପିସ୍ତଲ ରଖିଥିଲା । ପ୍ରେମ ବ୍ୟାପାରକୁ ନେଇ ସେ ଏଭଳି କାଣ୍ଡ ଘଟାଇଥିଲା ବୋଲି ବିକ୍ରମ ସ୍ୱୀକାର କରିଛି । ଉକ୍ତ ପିସ୍ତଲ ଦ୍ୱାରା ସେ ନିଜ ପ୍ରେମିକାଙ୍କ ମାମୁଁଙ୍କ ପରିବାରବର୍ଗଙ୍କୁ ବନ୍ଧକ ରଖିଥିଲା । ତେବେ ବିକ୍ରମର ବନ୍ଧୁକ କାରବାରକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ବଲାଙ୍ଗିର ସଦର ଏସଡିପିଓ ତୋଫାନ ବାଗ ଏକ ପ୍ରେସ୍ ମିଟରେ ଏନେଇ ସବିଶେଷ ସୂଚନା ଦେଇଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି, ବିକ୍ରମ ଯଦି ଦୀର୍ଘ ଦିନ ତଳୁ ବନ୍ଧୁକ ନିଜ ପାଖରେ ରଖିଥିଲା, ତେବେ ସେ ନିଶ୍ଚିତ ଭାବେ ପ୍ରେମରେ ବିଫଳ ହେବା ପରେ ପ୍ରତିଶୋଧ ନେବାକୁ ଚାହୁଁଥିଲା । ବିକ୍ରମଙ୍କ ସହ ଯୁବତୀଙ୍କର ସହ ୩ ବର୍ଷ ତଳୁ ପ୍ରେମ ଆରମ୍ଭ ହୋଇଥିଲା । ବିକ୍ରମ ଭିତରେ ଭିତରେ କୌଣସି ବଡ଼ଧରଣର ଅପରାଧ ଘଟାଇବା ପାଇଁ ଯେ ପ୍ରସ୍ତୁତ ହେଉଥିଲା ଏକଥାକୁ ଏଡ଼ାଇ ଦିଆଯାଇ ନପାରେ । ସମ୍ପୃକ୍ତ ଯୁବତୀଙ୍କ ବୟାନ ଓ ପୋଲିସ ତଦନ୍ତରୁ ଏହି ଘଟଣାର ଅନେକ ତଥ୍ୟ ସାମନାକୁ ଆସିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.