ରାମନବମୀ ଯାତ୍ରା ହେଲା ୩ ଯୁବକଙ୍କ ଶେଷଯାତ୍ରା

ମନ ଖୁସିରେ ରାମନବମୀ ଯାତ୍ରା ଦେଖି ବାଇକରେ ଘରକୁ ଫେରୁଥିଲେ। ହେଲେ ବାଟରେ ଜଗି ବସିଥିଲା ଯମ।

ସୁନ୍ଦରଗଡ଼: ରାମନବମୀ ଯାତ୍ରା ହେଲା ୩ ଯୁବକଙ୍କ ଶେଷ ଯାତ୍ରା। ମନଖୁସିରେ ଯାତ୍ରା ଦେଖି ଘରକୁ ଫେରୁଥିଲେ, ହେଲେ ରାସ୍ତାରେ ଜଗି ବସିଥିଲା ଯମ। ଆଉ ଭୟଙ୍କର ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଚାଲିଗଲା ୩ ଜଣଙ୍କ ଜୀବନ।

ହଁ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ବଡ଼ଗାଁ ଥାନା ମରିଚିମୁଣ୍ଡା ନିକଟରେ। ଗତକାଲି ରାତିରେ ରାମନବମୀ ଯାତ୍ରା ଦେଖିବାକୁ ଯାଇଥିଲେ ୩ ଯୁବ। ଆଉ ଯାତ୍ରା ଦେଖି ସାରି ଘରକୁ ଫେରୁଥିଲେ।

ହେଲେ ରାସ୍ତାରେ ଯମ ଜଗି ବସିଥିଲା। ବଡ଼ଗାଁ ଥାନା ଭୋଇପାଲି ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ପଛରେ ପିଟି ହୋଇଥିଲା ବାଇକ୍। ଆଉ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୩ ଜଣଙ୍କର ଜୀବନ ଦୀପ ଲିଭିଗଲା। ମୃତକମାନେ ବିରତୁଲା ଗାଁର ବୋଲି ସୂଚନା।