fbpx

ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚାକିରି ନିୟମିତ ହେବା ନେଇ ମୋଡ଼ାଲିଟି ପ୍ରକାଶ

AAKASH

ଭୁବନେଶ୍ୱର: ରାଜ୍ୟର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀଙ୍କ ଚାକିରି ନିୟମିତ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମୋଡ଼ାଲିଟି ପ୍ରକାଶ ପାଇଛି । ୨୦୧୩ ମସିହା ପରବର୍ତ୍ତୀ ସମୟରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀଙ୍କର ଚାକିରି ନିୟମିତ କରାଯିବ । ସେମାନଙ୍କର ଚୁକ୍ତିଭିତ୍ତିକ ଅବଧି ନିୟମିତ ଚାକିରିରେ ଯୋଗଦେବା ସହିତ ୬ଟି ଇନ୍‍କ୍ରିମେଣ୍ଟ ପ୍ରଦାନ କରାଯିବ । ନିୟମିତ ସରକାରୀ କର୍ମଚାରୀଙ୍କ ପରି ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ ।

ତେବେ ୯ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଘୋଷଣା କରିଥିଲେ, ବିଳମ୍ବରେ ହେଲେ ମଧ୍ୟ ଗଣଶିକ୍ଷା ବିଭାଗ ତାହାକୁ ଏବେ କାର୍ଯ୍ୟକାରୀ କରିଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି। ଦୁଃଖର ବିଷୟ ହେଉଛି ୨୦୧୩ ପୂର୍ବରୁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାଧ୍ୟମିକ ବିଦ୍ୟାଳୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ, ସେମାନଙ୍କ ପାଇଁ ଏହି ନିର୍ଦ୍ଦେଶନାମା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ ନାହିଁ। ଯେଉଁମାନେ କି ରାଜ୍ୟ ସରକାରଙ୍କ ଆର୍ଥିକ ଦୁରବସ୍ଥା ସମୟରେ ୨୦୦୪ ମସିହାରୁ ସ୍ବଳ୍ପ ଦରମା(୧୫୦୦ ଓ ୨୦୦୦)ରେ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଛନ୍ତି।

ଏଭଳି ନିର୍ଦ୍ଦେଶନାମା ପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କାରଣ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ନେଇ ୮ ମାସ ଧରି ଆନ୍ଦୋଳନ ଜାରି ରହିଥିଲା। ନୂତନ ପେନ୍‌ସନ୍‌ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସମେତ ବିଭିନ୍ନ ଶିକ୍ଷକ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ। ୧୭ ଦିନ ଧରି ଧାରଣାରେ ବସିବା ସହ ଦାବିଗୁଡ଼ିକ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ସବୁ ପରେ ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ମିଳି ପାରି ନଥିବା ଅଭିଯୋଗ ହୋଇଛି।

 

Get real time updates directly on you device, subscribe now.