fbpx
BSKY
BJD MS SKY
BJD YOUTH SKY

ଆମେରିକାରେ ଶୁଭିଲା ‘ମୋଦୀ-ମୋଦୀ’ ନାରା: ମୋଦୀଙ୍କ ଅଟୋଗ୍ରାଫ ନେବାକୁ ସାଂସଦମାନେ ଲଗାଇଲେ ଲାଇନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଆମେରିକା ଗସ୍ତରେ ଯାଇଥିବା ବେଳେ ସେଠାରେ ସେ ଗତ ୨୨ ତାରିଖରେ ଆମେରିକୀୟ କଂଗ୍ରେସକୁ ସମ୍ବୋଧିତ କରିଥିଲେ । ମୋଦୀ ନିଜର ଭାଷଣ ଅବସରରେ କୋଭିଡ ଟିକରକରଣ, ଭାରତ-ଆମେରିକା ସମ୍ପର୍କ, ଭାରତର ଜି-୨୦ ଅଧ୍ୟକ୍ଷତା, ଆର୍ଥିକ ବିକାଶ, ମହିଳା ସଶକ୍ତିକରଣ ଉପରେ ମତବ୍ୟକ୍ତ କରିଥିଲେ । ଏହି ସମୟରେ ୱାଶିଂଟନର କ୍ୟାପିଟାଲ ହିଲର ବାହାର ଓ ଭିତର ଚାରିଆଡ଼େ ଲୋକମାନେ ବେଶ୍ ଉତ୍ସାହିତ ହୋଇଥିଲେ ।

ମୋଦୀଙ୍କ ସମ୍ପୂର୍ଣ୍ଣ ଭାଷଣ ସମୟରେ ଆମେରିକୀୟ ସାଂସଦମାନେ ମୋଦୀ-ମୋଦୀ ନାରା ଲଗାଇବା ସହିତ ଅନେକ ଥର ଛିଡ଼ା ହୋଇ ଭାଷଣକୁ ସ୍ୱାଗତ କରିଥିଲେ । ଏଥିସହିତ ମୋଦୀ ସଂସଦର ମିଳିତ ଅଧିବେଶସନକୁ ସମ୍ବୋଧିତ କରିଥିଲେ । ସେଥିରେ ସଂସଦର ସଦସ୍ୟ ଓ ଭାରତୀୟ ଆମେରିକୀୟ ସମୁଦାୟ ଭାଗ ନେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ଖାଲି କରତାଳି ଦେଖିବାକୁ ମିଳିଥିଲା । ଏଥିସହିତ ଆମେରିକୀୟ ସାଂସଦମାନେ ମୋଦୀଙ୍କ ସେଲଫି ନେବାକୁ ଧାଡ଼ି ଲଗାଇଥିବାର ଦେଖାଯାଇଥିଲା । ପାଖାପାଖି ୧ ଘଣ୍ଟା ଧରି ସାଂସଦମାନେ ମୋଦୀଙ୍କ ଭାଷଣକୁ ଉତ୍ସୁକତାର ସହିତ ଶୁଣିଥିଲେ ।

ଗୃହରେ ସାଂସଦମାନେ ମୋଦୀଙ୍କୁ ୧୨ ଥର ଛିଡ଼ା ହୋଇ ସ୍ୱାଗତ ଜଣାଇଥିଲେ । ଭାରତୀୟ ଆମେରିକୀୟ ସମୁଦାୟ ୨ ଥର ଛିଡ଼ା ହୋଇ ଅଲଗା ଭାବେ ଅଭିନନ୍ଦନ ଜଣାଇଥିଲେ । ସମ୍ପୂର୍ଣ୍ଣ ଅଧିବେଶନ ଅବସରରେ ମୋଟ ୧୪ ଥର ପିଏମ୍ ମୋଦୀଙ୍କୁ ଷ୍ଟାଣ୍ଡିଂ ଓବେସନ ମିଳିଥିଲା । ପ୍ରତିନିଧି ସଭାର ଅଧ୍ୟକ୍ଷ କେଭିନ ମେକାର୍ଥୀଙ୍କ ମିଳିତ ଅଧିବେଶନ ସମ୍ବୋଧିନ ପୁସ୍ତିକା ଉପରେ ମଧ୍ୟ ମୋଦୀ ହସ୍ତାକ୍ଷର କରିଥିଲେ । ମୋଦୀଙ୍କ ଭାଷଣ ସମାପ୍ତ ହେବା ପରେ ପରେ ସାଂସଦମାନଙ୍କ ମଧ୍ୟରେ ଅଟୋଗ୍ରାଫ ନେବା ପାଇଁ ସତେ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ଏଥିରୁ ମୋଦୀଙ୍କର ଲୋକପ୍ରିୟତା କେତେ ତାହା ସ୍ପଷ୍ଟ ଜଣାପଡ଼ିଥିଲା ।

Get real time updates directly on you device, subscribe now.