ବରଯାତ୍ରୀ ହୋଇ ଲୁଟୁଥିଲେ, ଶେଷରେ ଏମିତି ପଡିଲେ ଧରା

ନିଜ ଯୋଜନାରେ ନିଜେ ବଳି ପଡିଗଲେ

ଉତ୍ତରପ୍ରଦେଶ: ବାହାଘରରେ ଚୋରି କରିବାକୁ ଆସିଥିଲା, କିନ୍ତୁ ନିଜେ ହିଁ ଫସିଗଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ। ବାହାଘରରେ ଚୋର ବରଯାତ୍ରୀ ବେଶରେ ଆସି ସବୁ ଚଳୁ କରିବା ପାଇଁ ବସିଥିଲା କିନ୍ତୁ ଏମିତି କିଛି ଘଟଣା ଘଟିଲା ଚୋର ନିଜେ ହିଁ ବଳି ପଡିଗଲା।

ଗ୍ୟାଙ୍ଗର ପର୍ଦ୍ଦାଫାଶ: ଆମ୍ବେଦକର ନଗରରେ ଏକ ବିବାହ ଉତ୍ସବରେ ଚୋରି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ଚୋରଙ୍କ ଠାରୁ ପୋଲିସ ନଗଦ ଟଙ୍କା ସହ ମୋଟରସାଇକେଲ ମଧ୍ୟ ଜବତ କରିଛି।

ଭିଟି ଅଞ୍ଚଳର ଦିଲାୱଲପୁରରେ ଏକ ବିବାହ ଶୋଭାଯାତ୍ରାରେ ଚୋରମାନଙ୍କର ଏକ ଦଳ ଚୋରି କରିଥିଲା। ଯାହାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା, ତା’ପରେ ଏକ ଆଶ୍ଚର୍ଯ୍ୟଜନକ କାହାଣୀର ଖୁଲାସା ହୋଇଥିଲା।

ଚୋରି ପୂର୍ବରୁ କରନ୍ତି ପ୍ଲାନ: ଏହି ଚୋର ଗ୍ୟାଙ୍ଗ ଚୋରି କରିବା ପୂର୍ବରୁ ପ୍ରଥମେ କେଉଁ ଅଂଚଳରେ ବାହାଘର କାର୍ଯ୍ୟ ହେଉଛି ତାହାକୁ ଖୋଜନ୍ତି, ତା ପରେ ବରାତ୍ରି ଭାବରେ ଯାଇ ଭୋଜି ଖାଇବା ସହ ବାର କିମ୍ବା କନ୍ୟା ଘର ଲୋକଙ୍କ ଉପରେ ନଜର ରଖନ୍ତି। ଯେତେବେଳେ ତାଙ୍କ ଏବଂ ସୁନା ଗହଣା କେଉଁଠି ଅଛି ସନ୍ଧାନ ପାଇଯାନ୍ତି ସେତେବେଳେ ବ୍ୟାଗ କିମ୍ବା ଭ୍ୟାନିଟିକୁ ଭିଡି ନେଇଯାନ୍ତି। ଖସି ଯିବା ପାଇଁ ସେମାନଙ୍କ ପାଖରେ ପଲସର ଏବଂ ମୋଟରସାଇକେଲ ଥାଏ।

ବରଯାତ୍ରୀ ହୋଇ ପୋଲିସ ଚୋରକୁ ଧରିଲା: ଏହି ପରି ଘଟଣା ପୂର୍ବରୁ ପୋଲିସ ପାଖରେ ମଧ୍ୟ ପହଞ୍ଚିଥିଲା କିନ୍ତୁ ପୋଲିସ ଚୋରକୁ ଧରିପାରିନଥିଲା। ଏଥର କିନ୍ତୁ ପୋଲିସ ଚୋରକୁ ଧରିବା ପାଇଁ ତାଙ୍କରି ଚାଲ ହିଁ ଆପଣେଇଥିଲା। ପୋଲିସ ମଧ୍ୟ ଅଲଗା ପୋଷାକରେ ବରଯାତ୍ରୀ ବେଶରେ ଆସି ଚୋରଙ୍କ ଉପରେ ନଜର ରଖି ସେମାନଙ୍କୁ ଗିରଫ କରିଥିଲା। ଗିରଫ କରିବା ସହିତ ସେମାନଙ୍କଠାରୁ ନଗଦ 91 ହଜାର ଟଙ୍କା ଏବଂ ପଲସର ବାଇକ୍ ଜବତ କରିଛି।

ପୋଲିସ ଅଯୋଧ୍ୟା ଜିଲ୍ଲାର ତରୁଣ ଥାନା ଅଞ୍ଚଳର ବାସିନ୍ଦା ମନୀଷ, ଦିବ୍ୟାଂଶ ଏବଂ ଅନିଲଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ସୁଲତାନପୁର, ଅଯୋଧ୍ୟା ଏବଂ ଆମ୍ବେଦକରନଗରରେ ମାମଲା ରୁଜୁ କରିଛି।

ହେବ କଡା କାର୍ଯ୍ୟାନୁଷ୍ଠାନ: ପୋଲିସ ଅଧିକ୍ଷକ କେଶବ କୁମାର କହିଛନ୍ତି ଯେ, ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଆମେ ବହୁତ ଚେଷ୍ଟା କରିଥିଲୁ ଶେଷରେ ସଫଳ ମଧ୍ୟ ହେଲୁ। ସମସ୍ତଙ୍କ ବିରୁଦ୍ଧରେ କଡା ରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।