fbpx

ଆସନ୍ତା ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର, ୧୪ା୯ (ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୭ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ କିନ୍ତୁ ପ୍ରଶ୍ନକାଳ ରହିବନି । ରବିବାରରେ ମଧ୍ୟ ଗୃହକାର୍ଯ୍ୟ ଚାଲିବ । ବରିଷ୍ଠ ବିଧାୟକ ଭିଡ଼ିଓ କନଫରେନ୍ସିଂରେ ଗୃହରେ ଯୋଗଦେଇ ପାରିବେ ବୋଲି ସୂଚନା ମିଳିଛି । ମୌସୁମୀ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟାନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଗାନ୍ଧି ଜୟନ୍ତୀକୁ ଛାଡ଼ି ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିବ ।

Get real time updates directly on you device, subscribe now.