fbpx
BSKY
BJD SHG SKY
BJD YOUTH SKY

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା; କଣ କହିଲେ ଏଏସଆଇ ଗୋପାଳ ଦାସଙ୍କ ଡାକ୍ତର

ବ୍ରହ୍ମପୁରୁ: ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗର ଗସ୍ତ କରିବା ସମୟରେ ତାଙ୍କୁ ଗୁଳିମାଡ ହୋଇଥିଲା । ଫଳରେ ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ତେବେ ଏହି ଗୁଳି ଚାଳନା ଆଉ କେହି ନୁହେଁ ବରଂ ତାଙ୍କ ସୁରକ୍ଷାରେ ଥିବା ଏଏସଆଇ ଗୋପାଳ ଦାସ ହିଁ କରିଥିଲେ । ସେ ୪ରୁ ୫ ରାଉଣ୍ଡଗୁଳି ଚାଳନା କରିଥିବା ବେଳେ ଗୋଟିଏ ଗୁଳି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ଏଥିସହିତ ଅନ୍ୟ ଦୁଇଟି ଗୁଳି ମଧ୍ୟରୁ ଗୋଟିଏ ଗୁଳି କର୍ମଚାରୀଙ୍କ ଦେହରେ ବାଜିବା ସହ ଅନ୍ୟ ଗୁଳିଟି ପୋଲିସ କର୍ମୀଙ୍କ ହାତରେ ବାଜିଥିଲା । ଏହାପରେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ଗୋପାଳଙ୍କୁ କାବୁ କରିଥିଲେ । ଏହି ଘଟଣାର ତଦନ୍ତ ହେବା ପରେ ଗୋପାଳଙ୍କ ମାନସିକ ସ୍ୱାସ୍ଥ୍ୟ ଭଲ ନଥିବା ଜଣାପଡିଛି ।

ଏହି ଗୁଳିକାଣ୍ଡ ଘଟଣାକୁ ନେଇ ଏଏସଆଇଙ୍କ ପତ୍ନୀ ଏବଂ ତାଙ୍କ ପୁଅ ମଧ୍ୟ କହିଛନ୍ତି ଯେ ଗୋପାଳଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍ ନାହିଁ । ଯାହାଫଳରେ ସେ ଏପରି ଏକ କାଣ୍ଡ କରିଛନ୍ତି । ଅପରପକ୍ଷେ ଗୋପାଳଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଚନ୍ଦ୍ରଶେଖର ତ୍ରୀପାଠୀ ମଧ୍ୟ ଏହାକୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦୀର୍ଘ ୮ରୁ ୧୦ ବର୍ଷ ହେବ ଗୋପାଳ ଏକ ରୋଗରେ ପିଡିତ ଥିଲେ । ଯାହାକ ନାମ ହେଉଛି ବାଇଫୋଲାକ ଆଫେକ୍ଟିଭି ଡିଜଅଡର । ଯେଉଁଥିରେ ଜଣେ ଖୁବ ରାଗିବା ସହ ମାରପିଟ ମଧ୍ୟ କରନ୍ତି , ଏଥିସହିତ ଶୁଅନ୍ତି ନାହିଁ । ଯାହାକି ଗୋପାଳଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ।

ଏତତ୍ ବ୍ୟତୀତ ଡାକ୍ତର ଚନ୍ଦ୍ରଶେଖର ତ୍ରୀପାଠୀ ଏହା ମଧ୍ୟ କହିଛନ୍ତି ଯେ ଗୋପାଳ ତାଙ୍କ ନିକଟକୁ ୬ ମାସରୁ ବର୍ଷେ ପର୍ଯ୍ୟନ୍ତ ଚିକିତ୍ସା ପାଇଁ ଆସିଥିଲା । ଫଳରେ ତାର ମାନସିକ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ହୋଇଯାଇଥିଲା । ଏହାପରେ ଗୋପାଳ ନିୟମିତ ଚେକଅପ ପାଇଁ ଆସୁନଥିବା ବେଳେ ଗତ ବର୍ଷ ଆସିଥିଲା ଏବଂ ଯାହା ପୂର୍ବରୁ ତାକୁ ମେଡିସିନ ଦିଆଯାଉଥିଲା ତାହା କନଟ୍ୟୁନ୍ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଲା । ତେବେ ସେ ଏହାକୁ ନିୟମିତ ଖାଉ ନଥିବା ସନ୍ଦେହ ହେଉଛି । ଯାହାଫଳରେ ଏପର କିଛି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.