fbpx
BSKY
BJD YOUTH SKY
BJD MS SKY

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଏଏସ୍‌ଆଇ ଗୋପାଳଙ୍କୁ ଏମିତି କାବୁ କରିଥିଲା ପୋଲିସ, ଦେଖନ୍ତୁ ଭିଡିଓ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା ପରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ୍‌ଙ୍କୁ ପୋଲିସ କବଜା କରିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଆଜି ମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମୀ ଗୋପାଳ ଦାସ ତାଙ୍କୁ ଗୁଳିମାଡ଼ କରିଥିଲେ । ଏଥିରେ ନବ ଦାସ ଗୁରୁତ୍ତର ହୋଇ ପ୍ରଥମେ ଜିଲ୍ଲା ମେଡିକାଲ ପରେ ଏୟାର ଲିପ୍ଟ ହୋଇ ଆସି ଭୁବନେଶ୍ୱର ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହେବା ପରେ ପାଖରେ ଥିବା କିଛି ଲୋକେ ଏବଂ ପୋଲିସ ମିଶି ଏସ୍‌ଏଆଇ ଗୋପାଳ ଦାସଙ୍କୁ କାବୁ କରିବା ସହ ତାଙ୍କଠୁ ଜଣେ ଯୁବକ ବନ୍ଧୁକ ଛଡ଼ାଇ ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାପରେ କିଛି ଲୋକେ ଗୋପାଳଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ମାନେ ଗୋପାଳଙ୍କୁ ଘେରି ଯାଇ କାବୁ କରିଥିଲା ଏବଂ ତାଙ୍କୁ ନିଜ ହେପାଜତକୁ ନେଇଥିଲା।

ଏହି ଭିଡିଓ ଝାରସୁଗୁଡ଼ା ଭାଇରାଲ ନାମକ ଏକ ସ୍ଥାନୀୟ ୱେବ ଗଣମାଧ୍ୟମ ପୋର୍ଟାଲରେ ଅପଲୋଡ ହୋଇଛି।

Get real time updates directly on you device, subscribe now.