fbpx

ତଦନ୍ତ ପାଇଁ ହେଲିକାପ୍ଟରରେ ଝାରସୁଗୁଡା ଗଲେ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍‌ଙ୍କୁ ଗୁଳି ମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଏହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୯ ଟିମ୍ ଗଠନ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଜି ଅରୁଣ ବୋଥ୍ରା ନିଜେ ତଦନ୍ତକାରୀ ଟିମ୍ ସହିତ ଝାରସୁଗୁଡ଼ା ଯାଇଛନ୍ତି। ଏକ ୪ ଜଣିଆ ଟିମ୍ ହେଲିକାପ୍ଟର ସାହାଯ୍ୟରେ ଝାରସୁଗୁଡ଼ା ବାହାରି ସାରିଥିବା ବେଳେ ଅନ୍ୟ ଏକ ୫ ଜଣିଆ ଟିମ୍ ରାସ୍ତା ବାଟ ଦେଇ ଝାରସୁଗୁଡ଼ା ଅଭୁିମୁଖେ ବାହାରିଛନ୍ତି।

କ୍ରାଇମବ୍ରାଞ୍ଚ ପ୍ରଥମେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ୍‌ଙ୍କୁ ଜେରା କରିବ। ଏହି ଘଟଣା ସେ କ’ଣ ପାଇଁ ଓ କେଉଁ ଉଦେଶ୍ୟରେ ଘଟାଇଛନ୍ତି ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ବିଷୟରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରିବ।

 

 

Get real time updates directly on you device, subscribe now.