fbpx

ପଦାରେ ପଡିଲା ଶିକ୍ଷକ-ପ୍ରିନ୍ସିପାଲଙ୍କ ଚୋରା ପିରତୀ: ଭିଡିଓ ଭାଇରାଲ ପରେ ଜାଣନ୍ତୁ କଣ ହେଲା ଅବସ୍ଥା

Advertisement

ନୂଆଦିଲ୍ଲୀ: ଘଟଣାଟି ଛତିଶଗଡ ଜିଲ୍ଲା କଙ୍କର ସହରର । ସରକାରୀ ବିଦ୍ୟାଳୟର ଜଣେ ପ୍ରିନ୍ସିପାଲଙ୍କ ସହ ଜଣେ ଶିକ୍ଷକଙ୍କର ଚାଲିଥିଲା ରାସଲୀଳା । ବେଶ କିଛି ଦିନରୁ ଉଭୟଙ୍କ ଚୋରା ପିରତୀ ସ୍କୁଲ ଭିତରେ ହିଁ ରହିଥିଲା । କିନ୍ତୁ କୁହାଯାଏ ନା, ଚୋର ଘର ଯେପରି ସବୁବେଳେ ଅନ୍ଧାର ନଥାଏ । ଠିକ ସେମିତି ଏହି ଦୁଇ ପ୍ରେମ ପକ୍ଷୀଙ୍କ ପ୍ରେମ କାହାଣୀ ବି ଆଜି ପଦାରେ ପଡିଛି ।

କିଆଁ ଫୁଲର ବାସ ପରି ଏମାନଙ୍କ ପ୍ରେମର ଖବର ଏବେ ସବୁଠି ପହଞ୍ଚି ସାରିଛି । ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସ୍କୁଲ ଭିତରେ ଉଭୟଙ୍କର ସେକ୍ସ ଭିଡିଓ ଲିକ ହେବା ପରେ ତାଭ୍କ ଚୋରା ପିରତୀର ପର୍ଦ୍ଦାଫାଶ ହୋଇଛି । ସ୍ଥାନୀୟ ଲୋକେ ଏକ ଷ୍ଟିଙ୍ଗ ଅପରେସନ ଜରିଆରେ ଉଭୟଙ୍କ ସମ୍ପର୍କକୁ ପଦାରେ ପକାଇଛନ୍ତି । ଏହାପରେ ଉଭୟଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏ ନେଇ ଅଭିଯୋଗ ମିଳିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଟି.ଆର ସାହୁ । ତେବେ ଭିଡିଓ ଭାଇରାଲ ହେବା ପରେ ଦୁଇ ଜଣଙ୍କୁ ପଦରୁ ସସପେଣ୍ଡ କରାଯାଇଛି ।

Get real time updates directly on you device, subscribe now.