fbpx
BJD SKY
BJD SKY

ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ବାଦ ପଡିଲେ ଅଧିନାୟକ ରାହୁଲ

BJD

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଅଧିନାୟକ ଦାୟିତ୍ୱରେ ଥିବା କେ.ଏଲ ରାହୁଲ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଅଭ୍ୟାସ ସମୟରେ ଆହତ ହେବାରୁ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡିଛନ୍ତି କେ.ଏଲ ରାହୁଲ । ତାଙ୍କ ସ୍ଥାନରେ ଏବେ ୱିକେଟକିପର ଋଷଭ ପନ୍ତ ଦଳର ନେତୃତ୍ୱ ନେବେ ।

ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଯି-୨୦ ସିରିଜ ଖେଳିବେନି ଦଳର ଅଧିନାୟକ କେ.ଏଲ ରାହୁଲ । ଆହତ ସମସ୍ୟା ଯୋଗୁଁ ସମ୍ପୂର୍ଣ୍ଣ ସିରିଜରୁ ସେ ବାଦ ପଡିଛନ୍ତି । ତେବେ ରାହୁଲଙ୍କ ସ୍ଥାନରେ ଓ୍ିକେଟ କିପର ଋଷଭ ପନ୍ତଙ୍କ ଏବେ ଦଳର ନେତୃତ୍ୱ ଭାର ହସ୍ତାନ୍ତର କରାଯାଇଛି । ସେହିପରି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଦଳର ନୂଆ ଉପଅଧିନାୟକ ଭାବେ ଦାୟିତ୍ୱ ପାଇଛନ୍ତି ।

ରାହୁଲଙ୍କ ବ୍ୟତୀତ ସ୍ପିନ ବୋଲର କୁଳଦୀପ ଯାଦବ ମଧ୍ୟ ଦଳରୁ ବାଦ ପଡିଛନ୍ତି । ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ତେବେ ମ୍ୟାଚର ଠିକ ପୂର୍ବରୁ ଦଳକୁ ଏହା ଏକ ଝଟକା ଲାଗିଛି ।

ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ଋତୁରାଜ ଗାଇକୱାଡ, ଇଶାନ କିଶାନ, ଦୀପକ ହୁଡା, ଶ୍ରେୟସ ଆୟର, ଋିଷଭ ପନ୍ତ(ଅଧିନାୟକ), ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ଭେଙ୍କଟେଶ ଆୟର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ହର୍ଷଲ ପଟେଲ ଆଭେଶ ଖାନ୍, ଅର୍ଶଦୀପ ସିଂ, ଉମ୍ରାନ ମଲିକ ।

Get real time updates directly on you device, subscribe now.