ମଧ୍ୟପ୍ରଦେଶ: ସାପ ଚୋଟ ମାରିଲା ଏବଂ 5 ମିନିଟରେ ସାପ ନିଜେ ହିଁ ମରିଗଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର ଖୁଦସୋଡି ଗାଁରେ। ଏଠାରେ ଏକ ସାପ 25 ବର୍ଷୀୟ ସଚିନ ନାଗପୁରେଙ୍କୁ କାମୁଡ଼ି 5 ମିନିଟ୍ ମଧ୍ୟରେ ଯନ୍ତ୍ରଣାରେ ମୃତ୍ୟୁବରଣ କରିଥିଲା।
ଘଟଣାଟି 19 ଜୁନ୍ ସକାଳ 7ଟାରେ ଘଟିଥିଲା, ଯେତେବେଳେ ସଚିନ ତାଙ୍କ କ୍ଷେତ ଆଡକୁ ଯାଉଥିଲେ, ତାଙ୍କ ପାଦ ଏକ ବିଷାକ୍ତ ସାପ ଉପରେ ପଡ଼ିଗଲା। ତା ପରେ ସାପ ତାଙ୍କୁ କାମୁଡ଼ି ଦେଲା, କିନ୍ତୁ କିଛି ମିନିଟ୍ ମଧ୍ୟରେ ସାପଟି ମାଟି କାମୁଡି ଛଟପଟ ହୋଇ ମରିଗଲା।
ମୋ ରକ୍ତରେ ବିଷ ଅଛି: ଏହି ଘଟଣାକୁ ନେଇ ସଚିନ କହିଛନ୍ତି ଯେ, ଗତ 8 ବର୍ଷ ଧରି ସେ ଲିମ୍ବ, କରଞ୍ଜି, ଜାମୁନ, ଚିଡ଼ଚିଡ଼ିଆ, ପିସୁଣ୍ଡି ଭଳି ଔଷଧୀୟ ଗଛର ଡାଳରେ ଦାନ୍ତ ସଫା କରନ୍ତି। ସେ ବିଶ୍ୱାସ କରନ୍ତି ଯେ, ଏହି ଅଭ୍ୟାସ ତାଙ୍କ ରକ୍ତକୁ ବିଷାକ୍ତ ଉପାଦାନରେ ପୂର୍ଣ୍ଣ କରିଛି, ଯାହା ଯୋଗୁଁ ସାପଟି ମୃତ୍ୟୁବରଣ କରିଛି। ପରିବାର ସଦସ୍ୟ ମଧ୍ୟ ସମାନ ଦାବି କରୁଛନ୍ତି।
ଏହି ବିଷାକ୍ତ ସାପକୁ ସ୍ଥାନୀୟ ଭାଷାରେ ଡୋଙ୍ଗାରବେଲିଆ କୁହାଯାଏ, ଯାହା ଅତ୍ୟନ୍ତ ବିଷାକ୍ତ। ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି, ଏବଂ ଡାକ୍ତରଙ୍କଠାରୁ ବନ ବିଭାଗ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଆଶ୍ଚର୍ଯ୍ୟଜନକ ବୋଲି ବିବେଚନା କରୁଛନ୍ତି।