fbpx
BSKY
BJD SHG SKY
BJD YOUTH SKY

ଏହି କମ୍ପାନୀର ଅଜବ ନିୟମ,କାମ ନକଲେ ଖାଇବ କଞ୍ଚା ଅଣ୍ଡା: ମନା କରିଲେ ଚାଲିଯିବ ଚାକିରୀ

ଚୀନ :ଦୁନିଆରେ ଅନେକ କମ୍ପାନୀ ଅଛି । ଯେଉଁଛାରେ କାମ କରିବାର ଉପାୟ ଏବଂ ସେଠିକାର ପରିବେଶ ଭିନ୍ନ ଭିନ୍ନ ହୋଇଥାଏ । କିଛି କମ୍ପାନୀ ତାଙ୍କ କର୍ମଚାରୀମାନଙ୍କୁ ଦେଇଥିବା ପୁରଷ୍କାର ପାଇଁ ଚର୍ଚ୍ଚାରେ ରହିଥାନ୍ତି ତ ଆଉ କିଛି କମ୍ପାନୀ ତାଙ୍କର ଅଜବ ନିୟମ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ତେବେ ସେହିଭଳି ଏକ କମ୍ପାନୀ ବର୍ତ୍ତମାନ ଚର୍ଚାରେ ରହିଛି । ଯିଏକି କମ୍ପାନୀର କର୍ମଚାରୀମାନଙ୍କ ପାଇଁ ଅଜବ ନିୟମ ରଖିଛି । ଯାହାକୁ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି କମ୍ପାନୀ ଏବଂ ସେ ରଖିଥିବା ନିୟମ ବିଷୟରେ ।

ଟାର୍ଗେଟ୍ ପୁରା ନହେଲେ ଖାଇବାକୁ ହେବ କଞ୍ଚା ଅଣ୍ଡା: ଚିନର ଏକ କମ୍ପାନୀ ଯିଏକି ଠିକ୍ ଭାବରେ କାମ ନକରିଲେ କର୍ମଚାରୀମାନଙ୍କୁ ଦଣ୍ଡ ସ୍ୱରୂପ କଞ୍ଚା ଅଣ୍ଡା ଖାଇବାକୁ ଦେଇଥାଏ । ତେବେ ଏହାକୁ ଖାଇବାକୁ ଯେଉଁ କର୍ମଚରୀ ମନା କରନ୍ତି ସେମାନଙ୍କୁ ଚାକିରୀରୁ ବହିଷ୍କାର କରାଯାଏ । ମିଳିଥିବା ସୂଚନା ଅନୁଯାୟୀ ଏହି ଯାହାର ନାମ ହେଉଛି Zhengzhouଙ୍କ ଟେକ୍ନୋଲୋଜି । ତେବେ ଏଠାରେ କାମ କରିସାରିଥିବା ଜଣଏ ଇଣ୍ଟର୍ଣ୍ଣ କମ୍ପାନୀର ଏହି ପଲିସି ବିଷୟରେ କହିଥିଲେ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ତାଙ୍କ ସହିତ ମଧ୍ୟ ଏପରି କରାଯାଇଥିଲା ।ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି ।

କମ୍ପାନୀର ଏହି ପଲିସ ବିଷୟରେ ଶୁଣିବା ପରେ ଅନେକ ଲୋକ ଏହାକୁ ନେଇ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏଥିସହିତ କହିଛନ୍ତି ଯେ ଏହି କମ୍ପାନୀର ବ୍ୟବହାର ଠିକ୍ ନାହିଁ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଚିନର ଜିନ୍ସୁଇ ଜିଲ୍ଲାର ଲେବର ଇନ୍ସପେକ୍ଟର ବ୍ରିଗେଡ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.