fbpx

ସରକାରଙ୍କ କଡା ନିୟମ ! ମହିଳାମାନେ ଘରେ ଏତିକି ରଖିପାରିବେ ସୁନା , ନଚେତ୍ …

ନୂଆଦିଲ୍ଲୀ : ସୁନା ଏକ ମୂଲ୍ୟବାନ ଧାତୁ ଯାହାର ମୂଲ୍ୟ ସମୟ ଅନୁସାରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ପର୍ବପର୍ବାଣିରେ ସୁନା କିଣିବାର ପରମ୍ପରା ରହିଛି । ଅଳଙ୍କାରଠାରୁ ଆରମ୍ଭ କରି ମୁଦ୍ରା ଏବଂ ବଣ୍ଡ କିଣିବାକୁ ଲୋକେ ପସନ୍ଦ କରନ୍ତି । ତେବେ ଆଉ ମନ ଇଚ୍ଛା ସୁନା କିଣି ଘରେ ରଖି ପାରିବେ ନାହିଁ, ଏଥିପାଇଁ ସରକାରଙ୍କ କିଛି ନିୟମ ରହିଛି ।

ଆପଣ କେତେ ପରିମାଣର ସୁନା କିଣି ଘରେ ରଖି ପାରିବେ, ତାହାର ଆକଳନ ସରାକର କରିଛନ୍ତି । ସରକାରୀ ନିୟମ ଅନୁଯାୟୀ, ଜଣେ ବିବାହିତ ମହିଳା ୫୦୦ ଗ୍ରାମ ସୁନା ରଖିପାରିବେ ଏବଂ ଅବିବାହିତା ମହିଳା ୨୫୦ ଗ୍ରାମ ସୁନା ନିଜ ପାଖରେ ରଖିପାରିବେ । ସେହିପରି ପୁରୁଷମାନଙ୍କ ପାଇଁ ଏହି ସୀମା ୧୦୦ ଗ୍ରାମ ରହିଛି । ନିୟମ ଅନୁଯାୟୀ, ଏତିକି ପରିମାଣର ସୁନାକୁ ଆଇନଗତ ଭାବରେ ରଖିବା ସମ୍ପୂର୍ଣ୍ଣ ନିରାପଦ ।

ଅନ୍ୟପକ୍ଷରେ, ଯଦି କେହି ତିନି ବର୍ଷରୁ ଅଧିକ ସମୟ ଧରି ସୁନା ନିଜ ପାଖରେ ରଖିବା ପରେ ବିକ୍ରୟ କରନ୍ତି, ତେବେ ତାହା ଉପରେ ଲଙ୍ଗ୍ ଟର୍ମ କ୍ୟାପିଟାଲ ଟ୍ୟାକ୍ସ (LTCG) ଲାଗିବ । ଯାହା ଲାଭର ୨୦ ପ୍ରତିଶତ । ଅନ୍ୟ ପଟେ, ଯଦି ଆପଣ କ୍ରୟର ତିନି ବର୍ଷ ମଧ୍ୟରେ ସୁନା ବିକ୍ରୟ କରନ୍ତି, ତେବେ ଲାଭ ବ୍ୟକ୍ତିଙ୍କ ଆୟରେ ଯୋଡି ହୋଇ ପ୍ରଯୁଜ୍ୟ ଟ୍ୟାକ୍ସ ସ୍ଲାବ ଅନୁଯାୟୀ ଟ୍ୟାକ୍ସ କଟାଯିବ ।

ସେହିପରି ସୁନା ବଣ୍ଡ (SGB) ବିକ୍ରି ଉପରେ ମଧ୍ୟ ଟ୍ୟାକ୍ସ ଲାଗୁ ହେବ । ତିନି ବର୍ଷ ପରେ ବିକ୍ରି କଲେ ଇନଡେକ୍ସ ସହ ୨୦ ପ୍ରତିଶତ ଏବଂ ବିନା ଇଣ୍ଡେକ୍ସ ୧୦ ପ୍ରତିଶତ ଟ୍ୟାକ୍ସ ଲାଗିବ ।

Get real time updates directly on you device, subscribe now.