fbpx

ଶେଷ ହେଲା ‘ସୁପର’ ବିବାଦ… ପୁଣି ଏକାଠି ହେଲେ ରାହୁଲ-ସଞ୍ଜୀବ: ମଝିରେ ଆଥିୟାଙ୍କ ପୋଷ୍ଟ ଭାଇରାଲ

Advertisement

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନରେ ଅନେକ ଘଟଣାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । ଏହାମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ଲକ୍ଷେ୍ନø ସୁପର ଜିଆଣ୍ଟସର ମାଲିକ ସଞ୍ଜୀବ ଗୋୟଙ୍କା ଏବଂ ଅଧିନାୟକ କେ.ଏଲ ରାହୁଲ ବିବାଦ । ଆଇପିଏଲ-୨୦୨୪ର ବହୁଚର୍ଚ୍ଚିତ ଏହି ବିବାଦରେ ଏବେ ଏକ ନୂଆ ମୋଡ଼ ଆସିଛି । ଏହି ବିବାଦକୁ ନେଇ ସବୁଆଡ଼େ ଆଲୋଚନା ହେଉଥିବା ବେଳେ ଏକାଠି ହୋଇଛନ୍ତି ଦଳର ଉଭୟ ପ୍ରମୁଖ ସଦସ୍ୟ । ଫ୍ରାଞ୍ଚାଇଜିର ମାଲିକ ସଞ୍ଜୀବ ଗୋୟଙ୍କା ଏବଂ ରାହୁଲ ଡିନର ପାଇଁ ଏକାଠି ହୋଇଥିବା ବେଳେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି ।

संजीव गोयनका और केएल राहुल

ଲକ୍ଷେ୍ନø ସୁପର ଜିଆଣ୍ଟସ ଫ୍ରାଞ୍ଚାଇଜିରେ ଏକ ବଡ଼ ଦଳୀୟ ବିବାଦରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଆଶା କରାଯାଉଛି । ଦଳର ଅଧିନାୟକ କେ.ଏଲ ରାହୁଲ ଏବଂ ମାଲିକ ସଞ୍ଜୀବ ଗୋୟଙ୍କା ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଏବେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ମେ’ ୧୩ ତାରିଖରେ ଡିନର ପାର୍ଟିରେ ଏକାଠି ହୋଇଛନ୍ତି । ସଞ୍ଜୀବ ରାହୁଲଙ୍କୁ ଡିନର ପାଇଁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ଏହି ପାର୍ଟିରେ ସଞ୍ଜୀବ ରାହୁଲଙ୍କୁ ଆଲିଙ୍ଗନ କରିଥିବାର ଫଟୋ ଏବେ ସୋସିଆଲ ମିଡିଆରେ କୁବ ଭାଇରାଲ ହେଉଛି । ତେବେ ଏହି ଘଟଣାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଉଭୟଙ୍କ ମଧ୍ୟରେ ଥିବା ବିବାଦ ମଧ୍ୟ ଥମିଯାଇଛି ।

IPL

ସେପଟେ ସଞ୍ଜୀବ-ରାହୁଲ ମିଳନକୁ ନେଇ ରାହୁଲଙ୍କ ପତ୍ନୀ ଆଥିଆ ସେଟ୍ଟୀ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଉଭୟଙ୍କ ଏହି ମିଳନକୁ ସେ ‘ତୋଫାନ ପରରେ ଶାନ୍ତି’ ବୋଲି ଲେଖି ଅପଲୋଡ କରିଛନ୍ତି । ତେବେ ଆଥିୟାଙ୍କ ଏହି ପୋଷ୍ଟରୁ ଜଣାଯାଉଛି ଯେ, ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ମାମଲା ସମ୍ପୂର୍ଣ୍ଣ ଠିକ୍ ଅଛି । ତେବେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ପରାଜୟ ପରେ କେ.ଏଲ ରାହୁଲଙ୍କୁ ସଞ୍ଜୀବ ଗାଳି କରୁଥିବାର ଭିଡିଓ ଏବଂ ଫଟୋ ଭାଇରାଲ ହେଉଥିଲା । ଏହାପରେ ରାହୁଲ ନେତୃତ୍ୱ ତଥା ଦଳ ଛାଡ଼ିବା କତା ନେଇ ମଧ୍ୟ ଖୁବ ଆଲୋଚନା ହୋଇଛି । କିନ୍ତୁ ବର୍ତ୍ତମାନ ଏହି ଦୃଶ୍ୟ ପରେ ଏସବୁ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ ।

IPL

Get real time updates directly on you device, subscribe now.