fbpx

ବାହାରକୁ ବାହାରି ଆସୁଛି ଆଖି ଡୋଳା: ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦେଲା ଯୁବକଙ୍କ ଏମିତି ଟାଲେଣ୍ଟ

ନୂଆଦିଲ୍ଲୀ: ଦୁନିଆରେ ନାଁ କମାଇବା କିମ୍ବା ରେକର୍ଡ ସୃଷ୍ଟି କରିବା ସେତେଟା ସହଜ ନୁହେଁ । ଏହା ଭିତରେ ବିଶ୍ୱ ରେକର୍ଡ କରିବା ଏବେ ଆହୁରି ମୁସ୍କିଲ ହୋଇଯାଉଛି । କାରଣ ବିଶ୍ୱରେ ଏବେ ଅନେକ ଟାଲେଣ୍ଟ ଏବଂ ଅଦ୍ଭୁତ କଳାରେ ଭରପୂର ହୋଇ ରହିଛି । ତେବେ ଏହିସବୁ କଳା ଭିତରୁ କିଛି ନିଆରା କଳା କୁବ ପ୍ରସିଦ୍ଧିଲାଭ କରିଥାଏ । ଏମିତିକି କିଛି ଟାଲେଣ୍ଟ ଗିନିଜ ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇଥାଏ । ଠିକ ସେମିତି ଏକ କାହାଣୀ ହେଉଛି ସିଡନୀ ଡେ କାର୍ବୋଲ୍ହୋଙ୍କର । ଆଖି ଡୋଳାକୁ ବାହାରକୁ ବାହାର କରି ସେ ଗିନିଜ ବୁକ ଅଫ ରେକର୍ଡର ଅଧିକାରୀ ହୋଇଛନ୍ତି ।

ଅନେକ ସମୟରେ କିଛି ଭିନ୍ନ ତଥା ଅଦ୍ଭୁତ କାମ କରିବା ବେଳେବେଳେ ବଡ ସଫଳତାର ପାତ୍ର ବନାଇ ଦେଇଥାଏ । ଏହିଭଳୀ କିଛି ଅଦ୍ଭୁତ କାରନାମା ଆପଣଙ୍କ କାମ ସହ ଆପଣଙ୍କୁ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଠିକ ଏଭଳି ଜଣେ ଏଭଳି ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତାଙ୍କ ଆଖି ହିଁ ଦେଇଛି ଏକ ସ୍ୱତନ୍ତ୍ର ଏବଂ ନିଆରା ପରିଚୟ । ସିଡନୀ ଡେ କାର୍ବୋଲ୍ହୋଙ୍କୁ ପ୍ରକୃତି ଏମିତି ଆଖି ଦେଇଛି, ଯାହାଦ୍ୱାରା ସେ କେବଳ ଲୋକଙ୍କୁ ଡରାଉନାହାଁନ୍ତି, ବରଂ ତାଙ୍କର ଏହି ଆଖି ପାଇଁ ତାଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ମିଳିଛି । ସିଡନୀ ଡେ କାର୍ବୋଲ୍ହୋ ନିଜ ଆଖି ଡୋଳାକୁ ସଂପୂର୍ଣ୍ଣ ଭାବରେ ଆଖି ଡୋଳା ବାହାର କରି ଦେଇ ପାରନ୍ତି । ତାଙ୍କର ଏହି ଅଦ୍ଭୁତ କାରନାମା ଏବଂ ଟାଲେଣ୍ଟକୁ ଦେଖି ତାଭ୍କ ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛଇ । ସିଡନୀଙ୍କର ଏହି ଆଖିକୁ ଦେଖିଲେ ହୁଏତ କେହିବି ଡରିଯିବେ । ଆଖିଡୋଳାକୁ ଭୟାନକ ଭାବରେ ବାହାରକୁ ବାହାର କରି ସେ କେବଳ ଲୋକଙ୍କୁ ଧ୍ୟାନ ଆକର୍ଷଣ କରିନଥାନ୍ତି ବରଂ ଏହାକୁ ଦେଖାଇ ସେ ବହୁତ ଲୋକଙ୍କୁ ଡରାଇ ଦେଇଥାନ୍ତି ।

ସିଡନୀ ନିଜ ଆଖିକୁ ଏତେ ବାହାରକୁ କାଢ଼ିପ।ରନ୍ତି ଯାହା ସାଧାରଣ ଲୋକଙ୍କ ପାଇଁ ସହଜ ନୁହେଁ, ଅସମ୍ଭବ କହିଲେ କିଛି ଭୁଲ ହେବନି । ତାଙ୍କର ଏହି ପ୍ରତିଭା ଯୋଗୁଁ ଏବେ ତାଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ମିଳିଛି । ସିଡନୀଙ୍କ କହିବା ଅନୁଯାୟୀ, ତାଙ୍କର ଏହି କୌଶଳ ଏକ ପ୍ରାକୃତିକ ଉପହାର । ସେ କହିଛନ୍ତି ଯେ, ସେ ନିଜ ଚେହେରାର ମାଂସପେଶୀର ବ୍ୟବହାର କରି ଆଖି ଡୋଳାକୁ ବାହାରକୁ ବାହାର କରିବାର ଅଦ୍ଭୁତ କାରନାମା କରିଥାନ୍ତି । ସିଡନୀ ଆଖି ଡୋଳାକୁ ପ୍ରାୟ ୧.୮ ସେ.ମି ପର୍ୟ୍ୟନ୍ତ ବାହାରକୁ ବାହାର କରିପାରନ୍ତି । ବିଶ୍ୱ ରେକର୍ଡରେ ସ୍ଥାନ ପାଇବାକୁ ନେଇ ସେ କହିଛନ୍ତି ଯେ, ଏହା ମୋ ପାଇଁ ଗୋଟିଏ ସ୍ୱପ୍ନ ସତ ହେବା ପରି ଘଟଣା ।

Get real time updates directly on you device, subscribe now.