fbpx

ଟିଡ଼ିଏସ ଦରରେ୨୫ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ, ୧୩ା୫: ୨୫ ପ୍ରତିଶତ ଟିଡ଼ିଏସ ହ୍ରାସ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଟିଡ଼ିଏସ ଓ ଟିସିଏସ ଦରରେ ୨୫ ପ୍ରତିଶତ ହ୍ରାସ କରାଯିବ । ଟିଡ଼ିଏସ ଓ ଟିସିଏସ ଦରରେ ହ୍ରାସ ଯୋଗୁଁ ୫୦ହଜାର କୋଟିର ଲାଭ ପାଇବେ ଦେଶର କରଦାତା । ଏହାସହ ଟାକ୍ସ ଅଡ଼ିଟ୍ ତାରିଖ ୩୧ଅକ୍ଟୋବର ପର୍ଯ୍ୟନ୍ତ ବଢ଼ିଥିବା ନେଇ ସୂଚନା ମିଳିଛି ।
ଏହାସହ ଏନବିଏଫସି ପାଇଁ ୩୦ହଜାର କୋଟିର କ୍ରେଡ଼ିଟ ଗ୍ୟାରେଣ୍ଟି ସ୍କିମ୍ ହୋଇଛି । ଏହାସହ ବିଦ୍ୟୁତ କମ୍ପାନୀମାନଙ୍କ ପାଇଁ ୯୦ହଜାର କୋଟିର ଯୋଜନା ହୋଇଛି । ନିର୍ମାଣକାରୀ କମ୍ପାନୀମାନଙ୍କୁ ୬ମାସ ପର୍ଯ୍ୟନ୍ତ ରିହାତି ମିଳିବ । ରେଲୱେ, ସଡ଼କ, ହାଇୱେ ନିର୍ମାଣକାରୀ କମ୍ପାନୀଙ୍କୁ ମଧ୍ୟ ରିହାତି ମିଳିବ । ପ୍ରକଳ୍ପ ପୂରଣ କରିବାକୁ ୬ମାସର ରିହାତି ମିଳିବ । ବିଲ୍ଡରଙ୍କୁ ପ୍ରକଳ୍ପ ପୂରଣ ପାଇଁ ଅଧିକ ୬ମାସ ସମୟ ମିଳିବ ।

Get real time updates directly on you device, subscribe now.