fbpx

ସଙ୍ଗରୋଧ କେନ୍ଦ୍ର, କୋଭିଡ଼ ସେଣ୍ଟର ଓ ଟିଏମସିର ଜିଆଇଏସ ମାଧ୍ୟମରେ ମ୍ୟାପିଂ ହେଉଛି: ବାଗଚୀ

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ବିଦେଶରୁ ଭାରତୀୟଙ୍କୁ ଅଣାଯିବାକୁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ଆଜି ନୂଆଦିଲ୍ଲୀ ଅଭିମୁଖେ ଭୁବନେଶ୍ୱରରୁ ଟ୍ରେନ୍ ବାହାରିଛି । ରାଜ୍ୟକୁ ଏବେ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆ ଫେରୁଛନ୍ତି । ରାଜ୍ୟରେ ପ୍ରଭାବୀ କ୍ୱାରେଣ୍ଟିନ୍ ବ୍ୟବସ୍ଥା ହୋଇଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି କିନ୍ତୁ କ୍ୱାରେଣ୍ଟିନ ସେଣ୍ଟରରେ । ବିମାନରେ ଯେଉଁମାନେ ଫେରିବେ, ପ୍ରଥମେ ପୋର୍ଟାଲରେ ପଞ୍ଜୀକରଣ କରିବେ । ବିମାନବନ୍ଦରରେ ପହଞ୍ଚିଲେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ୱାସ୍ଥ୍ୟ ଚେକ୍ ପରେ ଗନ୍ତବ୍ୟସ୍ଥଳକୁ ସେମାନେ ଯାଇପାରିବେ । ସେମାନେ ହୋମ୍ କ୍ୱାରେଣ୍ଟିନରେ ରହିବେ । ହୋମ୍ କ୍ୱାରେଣ୍ଟିନରେ ଥିବା ଲୋକଙ୍କ ଘର ଆଗରେ ନୋଟିସ୍ ବୋର୍ଡ଼ ଲାଗିବ । ସେହିପରି ରେଳ ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀଙ୍କ ଟେଷ୍ଟ କରାଯିବ । ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ହୋମ୍ କ୍ୱାରେଣ୍ଟିନରେ ରହିବେ ।
ଏହାସହ ଜିଆଇଏସ ମାଧ୍ୟମରେ ମ୍ୟାପିଂ କରାଯାଉଛି । ସଙ୍ଗରୋଧ କେନ୍ଦ୍ର, କୋଭିଡ଼ ସେଣ୍ଟର ଓ ଟିଏମସିର ମ୍ୟାପିଂ ହେଉଛି । ମ୍ୟାପିଂ ଜରିଆରେ ସବୁ ସ୍ଥାନ ଉପରେ ନଜର ରଖାଯାଉଛି । ଗୋଟିଏ ସ୍ଥାନରେ ରହି ସବୁ ସ୍ଥାନର ମନିଟରିଂ କରିବାକୁ ବ୍ୟବସ୍ଥା ହୋଇଛି । କରୋନା ମୁକାବିଲାରେ ଟେକ୍ନୋଲୋଜିକୁ ବ୍ୟବହାର କରାଯାଉଛି ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪,୨୮୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪୧୫ରେ ପହଞ୍ଚିଛି । ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୭,୪୮୦ ଜଣ ଥିବା ବେଳେ ୨୪,୩୮୫ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୩ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଓଡ଼ିଶାରେ କରୋନାରେ ୩୯୨ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Get real time updates directly on you device, subscribe now.