fbpx

ଛାତ୍ରୀଙ୍କ ସହିତ ସେକ୍ସ କରିବାକୁ ଦାବି କରିଥିଲେ ଅଧ୍ୟାପକ

ଉତ୍ତରପ୍ରଦେଶ :ଆଜିର ସମୟରେ ବଳାତ୍କାର, ବ୍ଳାକମେଲ ଭଳି ଘଟଣା ଦୃତ ଗତିରେ ବଢିବାରେ ଲାଗିଛି । ଏହି ସବୁ ଦୂର୍ଘଟଣା ପାଇଁ ମହିଳା ମାନେ ଘରୁ ବାହାରକୁ ବାହାରିବା ପାଇଁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ବ୍ଳାକମେଲ ଦ୍ୱାରା ମହିଳାମାନଙ୍କ ମାନସିକ ସ୍ଥିତି ଉପରେ କୁପ୍ରଭାବ ପକାଉଛି । ଏଭଳି ଏକ ଖବର ଆସିଛି ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳରୁ । ଗୋଟିଏ ଭାଇରଲ ଭିଡ଼ିଓକୁ ଯାଞ୍ଚ କରିବା ପାଇଁ ଗୋରଖପୁର ପୋଲିସ ଆଦେଶ ଦେଇଛନ୍ତିା

ଶୁକ୍ରବାର ଦିନ ଏହି ଭିଡ଼ିଓଟି ଭାଇରଲ ହୋଇଥିଲା । ଭିଡ଼ିଓଟିରେ ଜଣେ କଲେଜର ସ୍ନାତ୍ତୋକ ବିଭାଗର ଜଣେ ଛାତ୍ରୀ ସହିତ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ନିଜ କେବିନକୁ ଡ଼ାକି ଅଶ୍ଳୀଳ କଥା ବାର୍ତ୍ତା କରିବା ସହ ବାରମ୍ବାର ସେକ୍ସ କରିବା ପାଇଁ କହୁଥିଲେ । ଅଧ୍ୟାପକ ଜଣକ ବାରମ୍ବାର ନିଜର ଇଛା ପ୍ରକାଶ କରୁଛନ୍ତି କିନ୍ତୁ ଛାତ୍ରୀ ଜଣଙ୍କ ବିନମ୍ର ହୋଇ ପ୍ରତ୍ୟାଖାନ କରିଥିଲେ । ଯାହାର ଭିଡ଼ିଓ ଭାଇରଲ ହୋଇଥିଲା ସତ କିନ୍ତୁ ଛାତ୍ରୀ ଜଣକ ଏନେଇ ପୋଲିସ ନିକଟରେ କୌଣସି ଅଭିଯୋଗ କରିନଥିବା ପୋଲିସ କହିଛି ।
ରିପୋର୍ଟ ଅନୁସାରେ , ଅଧ୍ୟାପକଙ୍କ ପର୍ଦ୍ଦାଫାସ କରିବା ପାଇଁ ଛାତ୍ରୀ ଜଣକ ନିଜେ ଏହାକୁ ରେକର୍ଡ଼ କରି ଭାଇରଲ କରିଥିଲେ । ଏନେଇ ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ ।

 

Get real time updates directly on you device, subscribe now.