fbpx

ଶ୍ରୀମନ୍ଦିର ପହଞ୍ଚି ଗର୍ଭଗୃହ ଯାଞ୍ଚ କରୁଛନ୍ତି ‘ଏଏସ୍‌ଆଇ’ର ବୈଷୟିକ ଟିମ୍‌

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଲେ ‘ଏଏସ୍‌ଆଇ’ର ବୈଷୟିକ ଟିମ୍‌। ଆଜି ପୁର୍ବାହ୍ନରେ ଏହି ଟିମ୍ ପହଞ୍ଚି ଶ୍ରୀମନ୍ଦିର ଗର୍ଭଗୃହ ସହ ଅନ୍ୟାନ୍ୟ ମୁଖ୍ୟ ଐତିହ୍ୟ କିର୍ତ୍ତିରାଜି ମାନଙ୍କର ସୁରକ୍ଷା ନିମନ୍ତେ ଯାଞ୍ଚ ଆରମ୍ଭ କରିଛନ୍ତି। ଏହି ଟିମ୍‌ରେ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀ କଞ୍ଜରଭେସନ ସୁପରିଣ୍ଟଣ୍ଡେଣ୍ଟ “ଏଏସଆଇ’ ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ ଓ ଅନ୍ୟ ଅଧିକାର ମଧ୍ୟ ଯାଞ୍ଚରେ ସାମିଲ ଅଛନ୍ତି।

ମିଳିଥିବା ସୂଚନା ମୁତାବକ ବୈଷୟିକ ଟିମ୍ ଗର୍ଭଗୃହ, ଭୋଗମଣ୍ଡପ, ନାଟମଣ୍ଡପ, ବିଭିନ୍ନ ଦ୍ୱାରର ଗୁମୁଟ, ମେଘନାଦ ପାଚେରି, କଳାହାଟ ଦ୍ୱାରରେ ରୁପା ଛାଉଣୀ କାମ ଓ ଶ୍ରୀମନ୍ଦିର ପରିସର ପାର୍ଶ୍ୱ ମନ୍ଦିର ସ୍ଥିତି ମଧ୍ୟ ଅନୁଧ୍ୟାନ କରୁଛନ୍ତି। ଦକ୍ଷିଣ ଦ୍ୱାର ଦେଇ ଟିମ୍ ପ୍ରବେଶ କରିବା ବେଳେ ଏହି ଦ୍ୱାର ଗୁମୁଟ ମରାମତି କାମ ଦେଖିଥିଲା। ଏହି ଟିମ୍‌ରେ କେମିକାଲ ଇଂଜିନିୟର ରଞ୍ଜନା ପୁସ୍କର ଏବଂ ରାଜ୍ୟ ପୂର୍ତ୍ତ ବିଭାଗର ଅଧିକାରୀ ସାମିଲ ଅଛନ୍ତି।

ପ୍ରତିବର୍ଷ ରଥଯାତ୍ରା ସମୟରେ ବେଷୟିକ ଟିମ୍ ଶ୍ରିମନ୍ଦିର ଗର୍ଭଗୃହ ଯାଞ୍ଚ ଏବଂ ଆବଶ୍ୟକ ମରାମତି କାର୍ଯ୍ୟ କରିଥାନ୍ତି। ସେହିପରି ଚଳିତ ଥର ମଧ୍ୟ ଯାଞ୍ଚ କରାଯାଉଛି ଏବଂ ଆବଶ୍ୟକ ପଡ଼ିଲେମରାମତି କାର୍ଯ୍ୟ ହେବ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.