fbpx
BJD SKY
BJD SKY

ଏହି ଖେଳାଳିଙ୍କ ପାଇଁ ଅସୁବିଧା ହେବ ହାର୍ଦ୍ଦିକଙ୍କ ଫର୍ମ: ବିପଦରେ କ୍ୟାରିୟର

BJD

ନୂଆଦିଲ୍ଲୀ: ଖୁବ କମ ସମୟରେ ଅନେକ ସଫଳତା ହାସଲ କରି ନେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପୂର୍ବରୁ ବ୍ୟାଟିଂ ବୋଲିଂ ଏବଂ ବିଶେଷ କରି ଫିଲ୍ଡିଂରେ ସେ ସମସ୍ତଙ୍କ ମନ କିଣି ପାରିଥିଲେ । କିନ୍ତୁ ଆଇପିଏଲ ୨୦୨୨ରେ ଟାଇଟଲ ଜିତି ଅଧିନାୟକ ଭାବରେ ମଧ୍ୟ ଏକ ବଡ ଉପଲବ୍ଧି ହାସଲ କରି ପାରିଛନ୍ତି ହାର୍ଦ୍ଦିକ । ତେଣୁ ଆଗାମୀ କିଛି ବର୍ଷରେ ଭାରତୀୟ ଦଳକୁ ସେ ପ୍ରତିନିଧିତ୍ୱ କରୁଥିବା ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

IPL 2022: This IPL Trophy Will Create A Legacy: Hardik Pandya After Guiding GT To Their Maiden Title In Their Debut Season

ଆହତ ଯୋଗୁଁ ଦୀର୍ଘ ଦିନରୁ ଟିମ ଇଣ୍ଡିଆରୁ ବାହାରେ ରହିଛନ୍ତି ପାଣ୍ଡ୍ୟା । କିନ୍ତୁ ଆଇପିଏଲରେ ତାଙ୍କର ବ୍ୟାଟିଂ ଏବଂ ବୋଲିଂ ସହ ପିଲ୍ଡିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଦେଖାଯାଇଛି । ଯାହା ଫଳରେ ଆସନ୍ତା ସାଉଥ ଆଫ୍ରିକା ସିରିଜ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିଛି । ତେବେ ତାଙ୍କୁ ଦଳରେ ସ୍ଥାନ ମିଳିବା ପରେ ଦଳରେ ତାଙ୍କ ବିକଳ୍ପ କୁହାଯାଉଥିବା ଭେଙ୍କଟେଶ ଅୟାରଙ୍କ ସ୍ଥାନ ଏବେ ବିପଦରେ ପଡିଛି । ଉଭୟ ବ୍ୟାଟ ଏବଂ ବଲରେ ଜବରଦସ୍ତ ପ୍ରଦର୍ଶନ କରି ହାର୍ଦ୍ଦିକଙ୍କ ସ୍ଥାନ ପୂରଣ କରିବେ । କିନ୍ତୁ ସେ ଏଥିରେ ବିଶେଷ ସଫଳତା ପାଇ ପାରି ନାହାନ୍ତି । ଏହା ମଧ୍ୟରେ ହାର୍ଦ୍ଦିକ ସମ୍ପୂର୍ଣ୍ଣ ପିଯ ହୋଇ ଏବେ ଦଳକୁ କମବ୍ୟାକ କରୁଛନ୍ତି । ତେଣୁ ଆଗାମୀ ସିରିଜରେ ତାଙ୍କୁ ଦଳରେ ସାମିଲ କରାଯିବ କି ନାହିଁ, ସେ ନେଇ ଉଠିଛି ପ୍ରଶ୍ନବାଚୀ ।

I Have Huge Respect For Hardik Pandya, I Pay No Attention To Comparisons Between Us - Venkatesh Iyer

ଆଇପିଏଲରେ ଗୋଟିଏ ପଟେ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦଳକୁ ବିଜୟ ଭେଟି ଦେଉଥିବା ବେଳେ ସେପଟେ ଭେଙ୍କଟେଶ ଆୟର ବଲ ଏବଂ ବ୍ୟାଟରେ କିଛି କରି ଦେଖାଇବା ପାଇଁ ସଂଘର୍ଷ କରୁଥିଲେ । ଏପରିକି ସିଜନ ଅଧାରୁ ତାଙ୍କୁ ପ୍ଲେଇଙ୍ଗ ୧୧ ରେ ସ୍ଥାନ ମଧ୍ୟ ମିଳି ପାରି ନଥିଲା ।

Get real time updates directly on you device, subscribe now.