fbpx

ଅଶାନ୍ତ ସମୁଦ୍ର ନେଲା ଦୁଇ ଜୀବନ ; ପୁରୀ ସମୁଦ୍ରରେ ବୁଡି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ୱର : ସମୁଦ୍ର ଏବେ ଅଶାନ୍ତ ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଓ ବାତ୍ୟା ଯୋଗୁଁ ସମୁଦ୍ରର ଲହଡି ଖୁବ୍ ଜୋର ରହିଛି । ଏହି ସମୟରେ ପୁରୀରୁ ଏକ ଦୁଖଃଦ ଖବର ଆସିଛି । ସମୁଦ୍ରରେ ବୁଡି ଦୁଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେକ୍ଟର ୧୩ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଗାଧୋଉଥିବା ସମୟରେ ସମୁଦ୍ର ପାଣିରେ ଭାସିଯାଇଥିଲେ ଏବଂ ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ପଶ୍ଚିମ ବଙ୍ଗର ହୁଗୁଳି ଅଞ୍ଚଳରେ ଦୁଇ ମୃତକଙ୍କ ଘର ସୂଚନା ମିଳିଛିି ।

ସୂଚନାଯୋଗ୍ୟ, ପଶ୍ଚିମ ବଙ୍ଗ ଏବଂ ଓଡିଶା ଉପରେ ଏବେ ବିପଦର ଖଣ୍ଡା ଝୁଲୁଛି । ପ୍ରଥମେ କାଳ ବୈଶାଖୀ, ଲଘୁଚାପ ଓ ବାତ୍ୟାର ଆଗମନକୁ ନେଇ ସମୁଦ୍ର ଏବେ ଅଶାନ୍ତ ରହିଛି । ବାତ୍ୟା ‘ମୋଚ’ର ପ୍ରଭାବ ବିଶେଷକରି ଓଡିଶା ଓ ପଶ୍ଚିମ ବଙ୍ଗ ଉପରେ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ପକ୍ଷରେ ଉଚ୍ଚ ଢେଉ ର ଅନ୍ୟତମ କାରଣ ହେଉଛି ଆସନ୍ତାକାଲି ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଗ୍ରହଣ କାରଣରୁ ସମୁଦ୍ରର ଢେଉ ଉଚ୍ଚ ରହିବା ସହ ଲହଡି ଖୁବ୍ ଜୋରରେ ଆସେ । ଏହି ସମୟରେ ସମୁଦ୍ର ମଧ୍ୟ ଯିବା ପାଇଁ ବାରଣ କରାଯାଏ ।

Get real time updates directly on you device, subscribe now.