fbpx

ବାରବାଟୀରେ ହେବ ଟି-ଟ୍ୱେଣ୍ଟି ମ୍ୟାଚ୍

କଟକ(ଓଡ଼ିଶା ଭାସ୍କର): ଆସନ୍ତା ଜୁନରେ ବାରବାଟୀରେ ହେବ ଟି-ଟ୍ୱେଣ୍ଟି ମ୍ୟାଚ୍ । ବାରବାଟୀରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ୍ ହେବ । ଜୁନ ୯ରୁ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି । ପ୍ରଥମଥର ପାଇଁ ଓଡ଼ିଶାରେ ଦକ୍ଷିଣ ଆଫ୍ରିକା ଦଳ ଖେଳିବ । ତେବେ ବାରବାଟୀରେ ମ୍ୟାଚ୍ ହେବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ମୁକାବିଲା ବାରବାଟୀରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର କୋଭିଡ କାରଣରୁ ଏହି ମ୍ୟାଚକୁ କୋଲକାତା ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.