fbpx

(Video) ଡିଉଟି ସାରି ଘରକୁ ନ ଫେରି ମଶାଣି ଗଲେ ଦୁଇ ସାଙ୍ଗ; ୨ସାଙ୍ଗଙ୍କୁ ସବୁଦିନ ପାଇଁ ଅଲଗା କରିଦେଲା ହାଇୱା

ଅନୁଗୁଳ: ମଶଣି ହେଉଛି ମୃତ୍ୟୁର କୋଳ, ଯଉଠିକୁ ଚାଲିଗଲା ୨-୨ ଟି ଜୀବନ। ଡିଉଟି ସାରି କିଏ ଘରକୁ ଫେରେ କିନ୍ତୁ ଏଠି ମଶାଣି ଗଲେ ୨ ସାଙ୍ଗ। ଆଉ ଗାଁ ମଶାଣିରେ ଏକାସାଙ୍ଗରେ ଜଳିଲା ଦୁଇ ସାଙ୍ଗଙ୍କର ଜୁଇ। ପିଲାବେଳୁ ସାଙ୍ଗ ହୋଇ ଖେଳୁଥିଲେ ବୁଲୁଥିଲେ ପାଠ ପଢୁଥିଲେ , ପାଠ ପଢା ପରେ ବି ସାଙ୍ଗ ହୋଇ ଗୋଟିଏ ଯାଗାରେ ଚାକିରି କରିଥିଲେ। ତାଙ୍କର ଏ ଦୋସ୍ତିକୁ ଦେଖି ଭଗବାନ ବି ତାଙ୍କୁ ଅଲଗା କରିବାକୁ ଚାହିଁଲେନି। ସେଥିପାଇଁ ୨ ଜଣଙ୍କୁ ଏକାସାଙ୍ଗରେ ନେଇଗଲେ।

ଆଜି ସରସ୍ୱତୀ ପୂଜା ଥିବାରୁ ୨ସାଙ୍ଗ ବେଳାବେଳି ଡିଉଟି ସାରି ଘରକୁ ଫେରୁଥିଲେ ପୂଜା ପାଇଁ କିଛି ମାର୍କେଟିଙ୍ଗ କରିବାର ଥିଲା , ହେଲେ ମୃତ୍ୟୁ ଯେମିତି ୨ ସାଙ୍ଗକୁ ମଝିରେ ରାସ୍ତରେ ଜଗି ବଦସିଥିଲା । ଦୁଇ ସାଙ୍ଗ ଖୁସି ହୋଇ ଘରକୁ ଆସୁଥିଲେ , ସେ ଯେତେ ଯେତେ ଆଗକୁ ଆଗକୁ ମାଡି ଚାଲିଥିଲେ ମୃତ୍ୟୁ ଫାଶ ତାଙ୍କୁ ସେତେ ସେତେ କବଳିତ କରି ଚାଲିଥିଲା। ଆଉ ହଠାତ୍ ଆଖି ପିଛୁଳାକେ ସବୁ କିଛି ଯେମିତି ଶେଷ ହୋଇଗଲା। ଆତ୍କ ଖୋଲି ଦେଖିଳା ବେଳ ଡାଇସ୍ୱା ଚକା ତଳେ ପଡିଛି ଦୁଇ ଯୁବକଙ୍କର ରକ୍ତ ଜୁଡୁବୁଡୁ ଦେହ , ସେପଟେ ବାଇକ ମଧ୍ୟ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଛି । କଉଠି ଜଚପଲ ତି ପୁଣି କଉଠି ବ୍ୟାଗ୍ ରାସ୍ତା କଡକୁ ଛିଟିକି ପଡିଛି।

ଗୋଟିଏ ମଶାଣି ଆଜି ଅପରାହ୍ନ ଦୁଇ ଘଟିକା ସମୟରେ ଦୁଇ ସାଙ୍ଗ ଡିଉଟି ସାରି ବେଶ୍ ଖୁସିରେ ଘରକୁ ଫେରୁଥିଲେ ହେଲେ ତାଙ୍କୁ ଅଧା ବାଟରେ ଜଗି ରହିଥିଲା ଯମ କ୍ଷ ସୂଚନା ଯେ ନୂଆହତା ଗ୍ରାମର ଆଶିଷ ସାମଲ ଓ ଚାଉଁଡିହ ଗ୍ରାମର ଚିତ୍ତ ରଞ୍ଜନ ସାହୁ ଆଜି ଅପରାହ୍ନ ୨ ଘଟିକା ରେ ଟାଟା ଷ୍ଟିଲ ଭୂଷଣ ରୁ ଡିଉଟି ସାରି ନିଜ ଗାଡିରେ ଦୁଇ ସାଙ୍ଗ ଘରକୁ ଫେରୁଥିଲେ କ୍ଷ ହେଲେ ତାଙ୍କ ବାଇକ୍ କୁ କଣ୍ଟାବଣିଆ ଥାନା ନିକଟରେ ଏକ ହାଇୱା ତାଙ୍କୁ ଧକ୍କା ଦେଇ ଥିଲା ଯାହାଫଳରେ ଦୁଇ ସାଙ୍ଗ ଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା କ୍ଷ ଘଟଣା ସ୍ଥଳରେ କଣ୍ଟାବଣିଆ ଥାନା ପୋଲିସ ପହଂଚି ରାସ୍ତାରୁ ଶବ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି।

 

Get real time updates directly on you device, subscribe now.