fbpx

ମୁହାଁମୁହିଁ ହେଲେ ଦୁଇ କିନ୍ନର ଗୋଷ୍ଠୀ: ରାତିଅଧରେ ହୋଟେଲ ଭିତରେ ଆକ୍ରମଣ; ୧୦ରୁ ଉର୍ଦ୍ଧ ଆହତ

ଭଦ୍ରକ(ଓଡ଼ିଶା ଭାସ୍କର): ଗତକାଲି ବିଳମ୍ବିତ ରାତିରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । କୌଣସି କାରଣକୁ ନେଇ ଗୋଟିଏ ଗୋଷ୍ଠୀର କିନ୍ନରମାନେ ରାତି ଅଧରେ ଅନ୍ୟ ଏକ ଗୋଷ୍ଠୀର କିନ୍ନରମାନଙ୍କୁ ଆକ୍ରମଣ କରିଥିଲେ ।

କିନ୍ନରମାନଙ୍କ ଗୋଟିଏ ପକ୍ଷ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଥିଲାବେଳେ ଅନ୍ୟ ପକ୍ଷର କିନ୍ନରମାନେ ଟାଉନ ଥାନା ସମ୍ମୁଖରେ ହୋହଲ୍ଲା କରିଛନ୍ତି । ହୋହଲ୍ଲା କରିଥିବା କିନ୍ନରମାନେ ଜିଲ୍ଲା ବାହାରର ବୋଲି ସୂଚନା ମିଳିଛି । ଅଭିଯୋଗ କ୍ରମେ ପୋଲିସ ୪ଜଣ କିନ୍ନରଙ୍କୁ ଥାନାରେ ଅଟକ ରଖିଥିଲା । ଟାଉନ ଥାନାରେ ଗୋଟିଏ ପକ୍ଷ ସମାଧାନ ପାଇଁ ରାଜି ହୋଇ ବିଳମ୍ବିତ ରାତିରେ ଥାନାକୁ ଯାଇଥିବା ବେଳେ ପୁଣି ଅପର ଗୋଷ୍ଠୀ ରହୁଥିବା ଏକ ହୋଟେଲକୁ ଯାଇ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଜଣା ପଡ଼ିଛି ।

ଗଣ୍ଡଗୋଳରେ ୧୦ରୁ ଉର୍ଦ୍ଧ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ କିନ୍ନରଙ୍କୁ ଘଉଡ଼ାଇବା ପାଇଁ ଫ୍ଲାଗମାର୍ଚ୍ଚ କରିବା ସହ ପେଟ୍ରୋଲିଂ କରିଥିଲା । ସେହିପରି ଗୁରୁତର ହୋଇଥିବା କିନ୍ନରମାନଙ୍କୁ ବାଦ ଦେଲେ ଅନ୍ୟ କିନ୍ନରଙ୍କ ପତ୍ତା ମିଳୁ ନଥିବା ସୂଚନା ମିଳିଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

Get real time updates directly on you device, subscribe now.